www.samajalive.in
Monday, December 8, 2025
14.1 C
Bhubaneswar

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମ୍ୟାଚକୁ ଉପଭୋଗ କରିବେ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ମ୍ୟାଚ ଦେଖିବାକୁ ଯାଇପାରନ୍ତି ବୋଲି ସୂଚନା ମିଳିଛି।

ଅନ୍ୟପଟେ ଦୁଇ ଦଳ ଖେଳାଳି ରବିବାର ସୁଦ୍ଧା ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ପୂର୍ବରୁ ମଧ୍ୟ କିଛି ଖେଳାଳି ଭୁବନେଶ୍ଵରରେ ପହଞ୍ଚିଥିଲେ। ସୋମବାରଠାରୁ ବାରବାଟୀ ପଡ଼ିଆରେ ନେଟ୍‌ ପ୍ରାକ୍ଟିସ ହେବ ବୋଲି ସୂଚନା ଦିଆଯାଇଛି। ନେଟ୍‌ ପ୍ରାକ୍ଟିସ ଦେଖିବା ଲାଗି ୨ଟି ଗ୍ୟାଲେରି ଖୋଲାରହି। ଦୁଇ ଦଳର ଖେଳାଳିମାନେ ସୋମବାରଠାରୁ ନେଟ୍‌ ପ୍ରାକ୍ଟିସ କରିବେ। ତେବେ ରବିବାର ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କଟକ ଯାଇ ବାରବାଟୀ ପଡ଼ିଆରେ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି।

- Advertisement -

ସୋମବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଭାରତୀୟ ଦଳ ପଡ଼ିଆରେ ଅଭ୍ୟାସ କରିବେ। ଏହା ପରେ ସନ୍ଧ୍ୟାରେ ଫ୍ଲଡ ଲାଇଟରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ କରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories