www.samajalive.in
Sunday, December 7, 2025
14.1 C
Bhubaneswar

ସିକେ ନାୟୁଡୁ ଟ୍ରଫି: ଚଣ୍ଡିଗଡ଼ ବିପକ୍ଷ​ରେ ଦୃଢ଼ ସ୍ଥିତିରେ ଓଡ଼ିଶା

ସମ୍ବଲପୁର : ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଚାଲିଥିବା ୨୩ ବର୍ଷରୁ କମ୍ କର୍ଣ୍ଣେଲ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍‌​‌ରେ ଚଣ୍ଡିଗଡ଼ ବିପକ୍ଷରେ ଘରୋଇ ଓଡ଼ିଶା ମଜ୍‌ଭୁତ ସ୍ଥିତିରେ ପହଞ୍ଚିଛି। ଉଭୟ ଦଳର ଏହା ୭ମ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌। ଗ୍ରୁପ୍ ‘ଏ’ର ଏହି ମ୍ୟାଚ୍‌ରେ ଚଣ୍ଡିଗଡ଼ ପ୍ରଥମ ଇନିଂସରେ ୧୩୭ ରନ୍‌କରି ଅଲ୍‌ଆଉଟ୍‌ ହେବା ପରେ ଓଡ଼ିଶା ପ୍ରଥମ ଇନିଂସରେ ୨୬୧ ରନ୍‌କରି ଅଲ୍‌ଆଉଟ୍‌ ହୋଇ ୧୨୪ ରନ୍‌ ଆଗରେ ରହିଥିଲା। ପରେ ୨ୟ ଦିନ ଶେଷରେ ଚଣ୍ଡିଗଡ଼ ୨ୟ ଇନିଂସରେ ୭୭ ରନ୍‌କରି ୩ଟି ୱିକେଟ୍‌ ହରାଇଛି। ୭ ୱିକେଟ୍‌ ବାକିଥାଇ ଚଣ୍ଡିଗଡ଼ ଏବେ ୪୭ ରନ୍‌ ପଛରେ ରହିଛି।

ପ୍ରଥମ ଦିନ ଶେଷରେ ଓଡ଼ିଶା ୧ ୱିକେଟ୍‌ରେ ୧୧୯ ରନ୍‌ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍ ପି. ଶଶାଙ୍କ ଓ ଓମ୍‌ ଟି. ମୁଣ୍ଡେ ୨ୟ ୱିକେଟ୍‌ ପାଇଁ ୧୧୪ ରନ୍‌ ଯୋଡ଼ି ଓଡ଼ିଶାକୁ ମଜ୍‌ଭୁତ ସ୍ଥିତି​ରେ ପହଞ୍ଚାଇଥିଲେ। ଶଶାଙ୍କ ଶତକରୁ ବଞ୍ଚିତ ହେବା ସହ ୧୪ଟି ଚୌକା ସହ ୯୩ ରନ୍‌କରି ଆଉଟ୍‌ ହୋଇଥିଲେ। ଓମ୍‌ ଟି. ମୁଣ୍ଡେ ଗୋଟିଏ ଛକା ଓ ୪ଟି ଚୌକା ସହ ୬୮ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ସମ୍ବିତ ବରାଳ ଓ ଅଧିନାୟକ ସାୱନ ପାହାଡ଼ିୟା ୧୬ ରନ୍‌ ଲେଖାଏଁ କରିଥିବା ବେଳେ ବାଦଲ ବିଶ୍ବାଳ ୨୨ ରନ୍‌କରି ଅପରାଜିତ ଥିଲେ। ଚଣ୍ଡିଗଡ଼ର ଯଶକିରତ ସିଂହ ମେହେରା ୫ଟି ଓ ଇଭରାଜ ରାନୌତା ୨ଟି ୱିକେଟ୍‌ ନେଇଥିଲେ। ଚଣ୍ଡିଗଡ଼ର ୨ୟ ଇନିଂସରେ ଦୀପେନ୍ଦର କୁଶ ୩୪, ଦେବାଙ୍ଗ କୌଶିକ ୧୭ ଓ ଅର୍ଣ୍ଣବ ବଂଶଲ ୫ ରନ୍‌କରି ଆଉଟ୍‌ ହୋଇଛନ୍ତି। ଓଡ଼ିଶାର ଆଶୁତୋଷ ଛୁରିଆ ୩ଟିଯାକ ୱିକେଟ୍‌ ନେଇଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories