www.samajalive.in
Sunday, December 7, 2025
26.1 C
Bhubaneswar

ଅଗୁସ୍ତା ୱେଷ୍ଟଲାଣ୍ଡ ମାମଲା : ୭ ଦିନ ପାଇଁ ଇଡି ହାଜତକୁ ଗଲେ ମିସେଲ

ନୂଆଦିଲ୍ଲୀ : ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କ୍ରୟ ସମ୍ବନ୍ଧୀୟ ମାମଲାରେ ସିବିଆଇ ଦ୍ବାରା ଗିରଫ ମଧ୍ୟସ୍ଥ ଖ୍ରୀଷ୍ଟିଆନ ମିସେଲଙ୍କୁ ଶନିବାର ୭ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ଙ୍କ ହାଜତକୁ ପଠାଯାଇଛି। ସିବିଆଇର ୧୫ ଦିନିଆ ହାଜତ ମିଆଦ ଶେଷ ହେବା ପରେ ତାଙ୍କୁ ଶନିବାର ସିବିଆଇ ସ୍ବତନ୍ତ୍ର ବିଚାରପତି ଅରବିନ୍ଦ କୁମାରଙ୍କ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ବେଳେ ମିସେଲଙ୍କୁ ପ୍ରଶ୍ନ କରିବା ନେଇ ବିଚାରପତି କୁମାର ଇଡିଙ୍କୁ ୧୫ ମିନିଟ ସମୟ ଦେଇଥିଲେ। ବେଆଇନ ପୁଞ୍ଜି ଲଗାଣ ମାମଲାରେ ଜେରା ଲାଗି ତାଙ୍କୁ ଗିରଫ କରି ୧୫ ଦିନ ପାଇଁ ହାଜତକୁ ନେବାକୁ ଇଡି କୋର୍ଟରେ ନିବେଦନ କରିଥିଲା। ମାତ୍ର ବିଚାରପତି କୁମାର ୭ ଦିନ ପାଇଁ ମିସେଲଙ୍କୁ ଇଡିଙ୍କ ହାଜତକୁ ପଠାଇଛନ୍ତି। ଏଥିସହ ମିସେଲଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ରାୟ ପ୍ରକାଶ ପରେ ଇଡି ମିସେଲଙ୍କୁ ତୁରନ୍ତ ଗିରଫ କରିଥିଲା। ଇଡି ୩୦ ନିୟୁତ ୟୁରୋ କାରବାର ସମ୍ବନ୍ଧରେ ଯାଞ୍ଚ କରୁଥିବା ବେଳେ ସିବିଆଇ ୩୭ ନିୟୁତ ୟୁରୋ ଉପରେ ତଦନ୍ତ କରୁଛି। ସ୍ବତନ୍ତ୍ର ସରକାରୀ ଓକିଲ ଡି. ପି. ସିଂହ ଇଡିର ପକ୍ଷ ଉପସ୍ଥାପନ କରି କହିଛନ୍ତି, ଅର୍ଥ ମିଳିଯିବା ପରେ ସିବିଆଇ ତଦନ୍ତ ବନ୍ଦ କରିବ। ଉକ୍ତ ଅର୍ଥ କେଉଁଠାରୁ ଆସିଲା ସେ ସମ୍ବନ୍ଧରେ ଇଡି ତଦନ୍ତ କରିବ । କିନ୍ତୁ ଉଭୟ ସିବିଆଇ ଏବଂ ଇଡିଙ୍କ ଦ୍ବାରା ମିଳିତ ତଦନ୍ତ କରାଇବାକୁ ମିସେଲଙ୍କ ଓକିଲ ବିଷ୍ଣୁ ଶଙ୍କର ଯୁକ୍ତି ବାଢିଥିଲେ। ଉଭୟ ତଦନ୍ତକାରୀ ସଂସ୍ଥା ତାଙ୍କ ମହକିଲଙ୍କୁ ଅପରାଧୀ ସ୍ବୀକାର କରିବାକୁ କହୁଥିବା ସେ ଅଭିଯୋଗ କରିଥିଲେ। କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ୨୦୧୦ରେ ୩,୫୬୫ କୋଟି ଟଙ୍କାର ଭିଭିଆଇପି ହେଲିକପ୍ଟର କ୍ରୟ କରିବାକୁ ଚୁକ୍ତି ସ୍ବାକ୍ଷର କରିଥିଲେ। ଅଗୁସ୍ତା ୱେଷ୍ଟଲାଣ୍ଡ ନାମରେ ଏହି ଚୁକ୍ତି କରାଇ ଦେବା ନେଇ ଅର୍ଥ କାରବାର ହୋଇଥିବା ବେଳେ ମିସେଲ ସେଥିରେ ମଧ୍ୟସ୍ଥତା କରିଥିବା ଦର୍ଶାଯାଇଥିଲା। ଡିସେମ୍ବର ୪ରେ ମିସେଲଙ୍କୁ ଭାରତ ପ୍ରତ୍ୟାପ୍ରଣ କରାଯାଇଥିଲା।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories