www.samajalive.in
Sunday, December 7, 2025
14.1 C
Bhubaneswar

ୱେଷ୍ଟଇଣ୍ଡିଜ୍‌ ଟ୍ବେଣ୍ଟି-୨୦ ଦଳରେ କ୍ରିସ୍‌ ଗେଲ୍‌

ସେଣ୍ଟ ଜୋନ୍‌ସ : ଦୀର୍ଘ ଦୁଇବର୍ଷର ବ୍ୟବଧାନରେ ୱେଷ୍ଟଇଣ୍ଡିଜ୍‌ ଜାତୀୟ ଦଳକୁ ଫେରିଛନ୍ତି ବିସ୍ଫୋରକ ଓପନର୍‌ କ୍ରିସ୍‌ ଗେଲ୍‌। ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍ ନିମନ୍ତେ ୧୪ ଜଣିଆ ୱେଷ୍ଟଇଣ୍ଡିଜ୍‌ ଦଳରେ ସ୍ଥାନ ପାଇଛନ୍ତି ଗେଲ୍‌। ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଆଇପିଏଲ୍‌ ଓ ପାକିସ୍ତାନ ସୁପର ଲିଗ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ଗେଲ୍‌ଙ୍କୁ ୱେଷ୍ଟଇଣ୍ଡିଜ୍‌ ଟ୍ବେଣ୍ଟି୨୦ ଦଳରେ ସାମିଲ କରାଯାଇଥିବା ମୁଖ୍ୟ ମନୋନୟନକାରୀ ରୋଜର ହାର୍ପର୍‌ ସୂଚନା ଦେଇଛନ୍ତି। ଗେଲ୍‌ ୱେଷ୍ଟଇଣ୍ଡିଜ୍‌ ତରଫରୁ ଶେଷଥର ପାଇଁ ୨୦୧୯ରେ ଆୟୋଜିତ ଦିନିକିଆ ବିଶ୍ବକପ୍‌ରେ ଖେଳିଥିଲେ।
ସେହିପରି ୯ ବର୍ଷ ପରେ ୱେଷ୍ଟଇଣ୍ଡିଜ୍‌ ଦଳକୁ ଫେରିଛନ୍ତି ବରିଷ୍ଠ ଦ୍ରୁତ ବୋଲର ୩୯ ବର୍ଷୀୟ ଫିଡେଲ୍‌ ଏଡୱାର୍ଡସ। ଗେଲ୍‌ ୱେଷ୍ଟଇଣ୍ଡିଜ୍‌ ତରଫରୁ ୧୦୩ଟି ଟେଷ୍ଟ, ୩୦୧ଟି ଦିନିକିଆ ଓ ୫୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ସାରିଛନ୍ତି। ଭ୍ରମଣକାରୀ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ମାର୍ଚ୍ଚ ୩, ୫ ଓ ୭ରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ସେହିପରି ମାର୍ଚ୍ଚ ୧୦ରୁ ୧୪ ପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ୱେଷ୍ଟଇଣ୍ଡିଜ୍‌ ଦଳ ଘୋଷଣା କରାଯାଇଛି।
ୱେଷ୍ଟଇଣ୍ଡିଜ୍‌ ଟ୍ବେଣ୍ଟି୨୦ ଦଳ : କୈରନ୍‌ ପୋଲାର୍ଡ (ଅଧିନାୟକ), ନିକୋଲାସ୍‌ ପୁରନ୍‌, ଆଲେନ୍‌, ଡୁଏନ୍‌ ବ୍ରାଭୋ, ଫିଡଲେ ଏଡୱାର୍ଡସ୍‌, ଆ​ନଦ୍ରେ ଫ୍ଲେଚର, କ୍ରିସ୍‌ ଗେଲ୍‌, ଜାସନ୍‌ ହୋଲଡର୍‌, ଆକେଲ୍‌ ହୋସାଇନ୍‌, ଏଭିନ୍‌ ଲୁଇସ୍‌, ଓବେଡ୍‌ ମ୍ୟାକ୍‌କେ, ରୋଭମ୍ୟାନ୍ ପାୱେଲ୍‌, ଲେଣ୍ଡ୍‌ ସିମନ୍‌ସ ଓ କେଭିନ୍‌ ସିନ୍‌କ୍ଲେୟାର।
ୱେଷ୍ଟଇଣ୍ଡିଜ୍‌ ଦିନିକିଆ ଦଳ : କୈରନ୍‌ ପୋଲାର୍ଡ (ଅଧିନାୟକ), ସାଇ ହୋପ୍‌, ଆଲେନ୍‌, ଡାରେନ୍‌ ବ୍ରାଭୋ, ଜାସନ୍‌ ହୋଲଡର୍‌, ଆକେଲ୍‌ ହୋସାଇନ୍‌, ଆଲଜାରି ଜୋସେଫ୍‌, ଏଭିନ୍‌ ଲୁଇସ୍‌, କାଏଲ୍‌ ମେୟର୍ସ, ଜାସନ୍‌ ମହମ୍ମଦ, ନିକୋଲାସ୍‌ ପୁରନ୍‌, ରୋମାରିଓ ସେଫର୍ଡ ଓ କେଭିନ୍‌ ସିନ୍‌କ୍ଲେୟାର।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories