ଚୌଦ୍ୱାର ଜେଲରେ ଅଭିଯୁକ୍ତ ଓ ପୀଡ଼ିତାଙ୍କ ବିବାହ ସଂପନ୍ନ
ଚୌଦ୍ୱାର: ଚୌଦ୍ୱାର ସର୍କଲ ଜେଲରେ ବିଚାରଧୀନ କଏଦୀ ଭାବେ ସଜା କାଟୁଥିବା ଜଣେ ଅଭିଯୁକ୍ତର ଅଭିଯୋଗକାରିଣୀ ସହିତ ଗୁରୁବାର ଦିନ ଜେଲ ପରିସରରେ ବିବାହ ସମ୍ପନ୍ନ ହୋଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ପୋକ୍ସୋ)କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲର ସୁରିଟେଣ୍ଡେଟ, ଜେଲର, ୱେଲଫେୟାର ଅଫିସର, କର୍ମଚାରୀ ଓ ଚୌଦ୍ୱାରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଅପରାହ୍ନ ୧୨ଟା ସମୟରେ ଜେଲର ସଭା ଗୃହରେ ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ସଂପୁର୍ଣ୍ଣ ହୋଇଥିଲା।
ବର ସାଜିଥିଲେ ଆଜକୁ ୬ମାସ ହେବ ସଜା କାଟୁଥିବା କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ଅଂଶୁମାନ ମଲ୍ଲିକ। ନିଜର ଅଧିକାର ଓ ନ୍ୟାୟ ଅପେକ୍ଷାରେ ଥିବା ନିଶ୍ଚିନ୍ତକୋଇଲି ଅଞ୍ଚଳର ପୀଡିତା ଚିନ୍ମୟୀ ସେଠୀ ବଧ ବେଶରେ ତାଙ୍କର ପରିବାର ସହିତ ନିର୍ଦ୍ଧାରିତ ସମୟରେ ଜେଲରେ ପହଞ୍ଚିଥିଲେ। ଅଂଶୁମାନଙ୍କ ଭାଇ ଓ ଭଉଣି ଆସିଥିବା ବେଳେ ଚିନ୍ମୟୀର ବାପା,ମା ଓ ଅନ୍ୟକିଛି ବନ୍ଧୁବାନ୍ଧବ ମଧ୍ୟ ଆସିଥିଲେ। ପୁର୍ବରୁ ଜେଲ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଉଦ୍ଧାର ସଂଗଠନ ପକ୍ଷରୁ ବ୍ରାହ୍ମଣ ଓ ବିବାହ ସରଞ୍ଜାମ ପ୍ରସ୍ତୁତ କରାଯାଇଥିଲା। ଜେଲ ପରିସରରେ ବ୍ରାହ୍ମଣଙ୍କ ବେଦ ପାଠରେ ବିବାହ ହୋମ ସରିଥିଲା। ଜେଲ ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ ସୁଚନା ଓ ନବବଧୁ ପିଡିତା ଚିନ୍ମୟୀଙ୍କ କହିବାନୁଯାୟୀ ଅଭିଯୁକ୍ତ ଅଂଶୁମାନ ଓ ଚିନ୍ମୟୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ପ୍ରେମ ସଂପର୍କରୁ ଏହା ଦୈହିକ ସଂପର୍କର ରୁପ ନେଇଥିଲା। ହେଲେ ପରବର୍ତ୍ତୀ ସମୟରେ ଅଂଶୁମାନ ଚିନ୍ମୟୀକୁ ବିବାହ କରିବା ପାଇଁ ପ୍ରତ୍ୟାଖ୍ୟାନ କରି ଆଉ ଧରାଛୁଆଁ ଦେଇନଥିଲେ। ଫଳରେ ଚିନ୍ମୟୀ ଓ ତାର ପରିବାର ଲୋକେ ଉପାୟ ଶୁନ୍ୟ ହୋଇ ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଆଧାରକରି ମାନ୍ୟବର କୋର୍ଟ ଅଭିଯୁକ୍ତ ଅଂଶୁମାନଙ୍କୁ ଜେଲ ପଠାଇଦେଇଥିଲେ। ପରେ ନିଜର ଭୁଲ ବୁଝିପାରିବା ସହିତ ଅନୁତାପ କରି ଉଭୟ ପରିବାରର ସହମତି କ୍ରମେ ଅଂଶୁମାନ ନିଜ ବିବାହ ପାଇଁ ଜେଲର ଉପରିସ୍ଥ ଅଧିକାରୀଙ୍କୁ ନିବେଦନ କରିଥିଲେ।ଏଠାରେ ସୁଚନାଯୋଗ୍ୟ ପୁର୍ବରୁ ଏହି ଜେଲ ପରିସରରେ ୨ଟି ବିଭାଗର ସଂପନ୍ନ ହୋଇଛି।ଏହି କାର୍ଯ୍ୟକ୍ରମରେ ଜେଲର ଅଧିକ୍ଷକ ସତ୍ୟ ପ୍ରକାଶ ସ୍ୱାଇଁ ଜେଲର ବିଭେନ୍ଦୁ ଭୁୟାଁ, ରାମକୃଷ୍ନ ଦାସ, ମାୟାଧର ସେଠୀ ଓ ଉଦ୍ଧାର ଫାଉଣ୍ଡେସନର ସଭାପତି ନରୋତ୍ତମ ଦାସ, କିରଣବାଳା ନାୟକ, ସରୋଜ ସାହୁ, ପ୍ରତୀକ୍ଷା ସାହୁ, ସାଇକ୍ଲୋନି ସାହୁଙ୍କ ସହିତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Comments are closed.