ଜାତୀୟ ଡାକ୍ତର ଓ ଚାଟାର୍ଡ଼ ଆକାଉଟାଣ୍ଟ ଦିବସ

ଚୌଦ୍ୱାର: ଚୌଦ୍ୱାର ରୋଟାରୀ କ୍ଲବ୍‍ ତରଫରୁ ଜାତୀୟ ଡାକ୍ତର ଓ ଚାଟାର୍ଡ଼ ଆକାଉଟାଣ୍ଟଦିବସ ପାଳିତ ହୋଇ ଯାଇଛି। କ୍ଲବ୍‍ ସଭାପତି କ୍ଷିତିନ୍ଦ୍ରନାଥ କାନୁନଗୋଙ୍କ ପୌରୋହିତ୍ୟରେ ସ୍ଥାନୀୟ ଓଟିଏମ୍‍ ହାଇସ୍କୁଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡା. ଉତ୍ତମ ଚରଣ ସାହୁ ,ଆକାଶବାଣୀ କଟକର ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ସାମଲ,ଓଟିଏମ୍‍ ହାଇସ୍କୁଲର ପ୍ରଧାନ ଶିକ୍ଷକ ମମତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡାକ୍ତର ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା କରି ଡାକ୍ତର ମାନେ ନିସ୍ୱାର୍ଥପର ଭାବେ ଜନସେବା କରିବାପାଇଁ ଆହ୍ୱାନ ଦେଇଥିଲେ।ଚାଟାର୍ଡ଼ ଆକାଉଟାଣ୍ଟ ଅନୁରୂପ ଭାବେ ନିଷ୍ଠାର ସହ କାର୍ଯ୍ୟକରିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଡା.ସୌମ୍ୟା ମହାନ୍ତି, ଡା. ନିରଞ୍ଜନ ମିଶ୍ର, ଡା. ନିକେଶ ରୋସନ୍‍, ଡା. ମୃତ୍ୟୁଞ୍ଜୟ ରଥ, ଡା. ରବୀନ୍ଦ୍ରନାଥ ପଣ୍ଡା ଏବଂ ଚାଟାର୍ଡ଼ ସଂଜୟ କୁମାର ମହାନ୍ତି ଓ ଅଜିତ୍‍ କୁମାର ମହାନ୍ତିଙ୍କୁ ସମ୍ବଦ୍ଧିତ କରାଯାଇଥିଲା।କ୍ଲବ୍‍ର ସହକାରୀ ଗଭର୍ଣ୍ଣର ଡା. ଅମିତ କୁମାର ପୃଷ୍ଟି ସ୍ୱାଗତ ଭାଷଣ ଏବଂ ବିଶ୍ୱକଲ୍ୟାଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।କ୍ଲବ୍‍ ସଦସ୍ୟ ଶରତ କୁମାର ଖୁଣ୍ଟିଆ, ରବୀନ୍ଦ୍ର କୁମାର ସାହୁ, ପ୍ରତାପ କୁମାର ଶତପଥୀ,ଭାସ୍କର ମହାପାତ୍ର, ଜିତେନ୍‍ ରାଉତ, ସଂଜୀବ ଜେନା, ରାଜ କିଶୋର ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜୟଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.