ମହିଳାଙ୍କ ମୃତଦେହ ଉଦ୍ଧାର

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ନୁନ୍ଟିକିରୀ ଗ୍ରାମରେ ଜଣେ କର୍ମଜୀବୀ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ନୁନ୍ଟିକିରୀ ଗ୍ରାମରେ ଏକ ନିର୍ମାଣାଧୀନ କୋଠାଘର ନିକଟରେ ରହୁଥିବା ମୟୁରଭଞ୍ଜ ଜିଲା ଟୁମୁକା ପାହାଡ଼ି ଗ୍ରାମର ବିଶ୍ୱନାଥ ମାଡ଼ିଙ୍କ ପତ୍ନୀ ହୀରାମଣୀ(୩୫)। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ବିଶ୍ୱନାଥ ପେଶାରେ ଜଣେ ଦୀନ ମଯୁରିଆ। ତାଙ୍କର ଦୁଇଜଣ ପତ୍ନୀ ଅଛନ୍ତି। ଜଣକ ନାମ ହୀରାମଣୀ ଓ ଅନ୍ୟଜଣେ ହୀରା ମାଡ଼ି। ପତିପତ୍ନୀ ୩ଜଣ ନୁନ୍ଟିକିରୀରେ ଏକ ନିର୍ମାଣାଧୀନ କୋଠାରେ ବାଲି ସିମେଣ୍ଟ କାମ କରୁଥିଲେ ଏବଂ ସେହି କୋଠା ନିକଟରେ ଏକ ଝୁପୁଡ଼ି ଘରେ ରହୁଥିଲେ। ଗତ ୧୫ ଦିନ ତଳେ ସେମାନେ ନିଜଗ୍ରାମ ଟୁମୁକା ପାହାଡ଼ି ଗ୍ରାମକୁ ଯାଇ ମଙ୍ଗଳବାର ରାତିରେ ନୁ୍ନ୍ଟିକିରୀକୁ ଫେରିଥିଲେ। ସକାଳେ ହୀରାମଣୀ ନିଜ ବେକରେ ଶାଢ଼ିବାନ୍ଧୀ ନିର୍ମାଣାଧୀନ କୋଠାର ପିଲାର ରଡ଼ରେ ଝୁଲି ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ବିଶ୍ୱନାଥ ଏସମ୍ପର୍କରେ ଚୌଦ୍ୱାର ଥାନାରେ ଜଣାଇବା ପରେ ପୁଲିସ୍ ଘଟଣାସ୍ଥଳରୁ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.