www.samajalive.in
Tuesday, December 9, 2025
15.1 C
Bhubaneswar

ବିଶ୍ବର ମହଙ୍ଗା ଚକୋଲେଟ୍

-ଯଦି ଗୋଟିଏ ଚକୋଲେଟ୍ ପ୍ୟାକେଟ୍‌ର ମୂଲ୍ୟ ୪୦୦ କିମ୍ବା ୫୦୦ ଟଙ୍କା, ତେବେ ଆମେ ଏହାକୁ ଦାମୀ ଚକୋଲେଟ୍ ଭାବେ ଗ୍ରହଣ କରୁ। ଭାରତୀୟ ବଜାରରେ ସର୍ବାଧିକ ୨ହଜାର ଟଙ୍କା ମୂଲ୍ୟର ଦାମୀ ଚକୋଲେଟ୍ ମିଳେ। ବିଦେଶୀ ରାଇଜରେ ବିଶେଷ ଅବସରରେ ନାମୀ ହୋଟେଲଗୁଡ଼ିକ ଲକ୍ଷାଧିକ ଟଙ୍କା ବ୍ୟୟରେ ଚକୋଲେଟ୍ ତିଆରି କରିଥାନ୍ତି। ବଡ଼ ଦିନ, ନୂଆ ବର୍ଷ ଅବସରରେ ଇଉରୋପ, ଆମେରିକାର ପଞ୍ଚତାରକା ହୋଟେଲରେ ମହଙ୍ଗା ଚକୋଲେଟ୍‌ମାନ ତିଆରି ହୁଏ। ନିକଟରେ ପର୍ତ୍ତୁଗାଲର ଓବିଡୋସ୍‌‌ରେ ବିଶ୍ବର ସବୁଠୁ ମହଙ୍ଗା ଚକୋଲେଟ୍ ତିଆରି ହୋଇଛି। ଏହି ଚକୋଲେଟ୍‌ର ମୂଲ୍ୟ ୬ଲକ୍ଷ ୧୮ହଜାର ୪୦୦ଟଙ୍କା। ଏହି ଚକୋଲେଟ୍‌କୁ ପ୍ରସ୍ତୁତ କରୁଥିବା ମୁଖ୍ୟ ରୋଷେୟାଙ୍କ ମତରେ ଏଥିରେ ସୁନାର ବ୍ୟବହାର କରାଯାଇଛି, ଯାହା ଖାଇଲେ ସ୍ବାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପଡ଼େନାହିଁ। ବିଶ୍ବର ସବୁଠୁ ମହଙ୍ଗା ମସଲା ଏହି ଚକୋଲେଟ୍‌ରେ ବ୍ୟବହୃତ ହୋଇଥିବାବେଳେ ମାଡାଗାସ୍କର ଦ୍ବୀପରୁ ଆସିଥିବା ହ୍ବାଇଟ୍ ଟ୍ରଫଲ୍, ଭେନିଲା ବ୍ୟବହୃତ ହୋଇଛି। ଅନ୍ୟତମ ରୋଚକ ତଥ୍ୟ ହେଉଛି, ଚକୋଲେଟ୍‌ ପାଇଁ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ଅଫ୍‌ ରେକର୍ଡସ୍‌‌ରେ ମଧ୍ୟ ଏହା ବିଶ୍ବର ସବୁଠୁ ଦାମୀ ଚକୋଲେଟ୍ ଭାବେ ସ୍ଥାନ ପାଇଥିବାର ପ୍ରକାଶ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories