www.samajalive.in
Monday, December 8, 2025
16.1 C
Bhubaneswar

ଜାଣନ୍ତି କି ? ପାମ୍ପଡ ଓ ଚିପ୍ସ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ !

ପାମ୍ପଡ ଓ ଚିପ୍ସ ଖାଇବାକୁ କାହାକୁ ବା ଭଲ ନଲାଗେ । ପ୍ରାୟତଃ ଲୋକେ ଭୋଜନ​‌ ତାଲିକାରେ ପାମ୍ପଡକୁ ସାମିଲ କରିଥାନ୍ତି । ସେହିପରି  ସନ୍ଧ୍ୟାରେ ସ୍ନାକ୍ସ ଭାବେ ଚିପ୍ସ ଖାଇବାକୁ ପିଲାଠୁ ବୁଢା ସମସ୍ତେ ପସନ୍ଦ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ପାମ୍ପଡ ଓ ଚିପ୍ସ ମିଳୁଛି। ସାଧାରଣତଃ ଲୋକେ ଛଣା ବା ରୋଷ୍ଟେଡ୍ ପାମ୍ପଡ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ପାଟିକୁ ସୁଆଦ ଲାଗୁଥିବା ଏହି ପାମ୍ପଡ ଓ ଚିପ୍ସ ଶରୀର ପାଇଁ କେତେ କ୍ଷତିକାରକ ?

ପାମ୍ପଡ ଓ ଚିପ୍ସ ତିଆରି କରୁଥିବା କମ୍ପାନୀ ଗୁଡିକ ଅପରିଷ୍କାର ହୋଇଥାଏ । କର୍ମଚାରୀମାନେ ଅପରିଷ୍କାର ହାତରେ ପାମ୍ପଡ ଓ ଚିପ୍ସ ତିଆରି କରି ଥାଆନ୍ତି । ପରେ ଏହାକୁ ଶୁଖିବା ପାଇଁ ଧୂଳି ଓ ମାଟି ସ୍ଥାନରେ ଖରାରେ ରଖନ୍ତି । ଯାହା ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହେବାର କାରଣ ହୋଇଥାଏ । ଏହା ସହ ଛଣା ପାମ୍ପଡରେ ତେଲ ଓ ଫ୍ୟାଟ୍ ଅଧିକ ପରିମାଣରେ ରହିଥାଏ।

- Advertisement -

ପାମ୍ପଡରେ ସୋଡିୟମର ବ୍ୟବହାର ଦ୍ବାରା ଲୁଣର ମାତ୍ରା ମଧ୍ୟ ବଢିଯାଇଥାଏ। ଅଧିକ ଲୁଣର ବ୍ୟବହାର ଶରୀର ପାଇଁ ହାନିକାରକ ହୋଇଥାଏ। ଏହା ଦ୍ବାରା ଅଧିକ ଚିନ୍ତାଗ୍ରସ୍ତ, ହୃହୟ ସମ୍ବନ୍ଧୀୟ ରୋଗ ଓ ପାଣିର ଅଭାବ ପରି ସମସ୍ୟା ଶରୀରରେ ସୃଷ୍ଟି ହୋଇଥାଏ।

ବଜାରରେ ମିଳୁଥିବା ପାମ୍ପଡ ଅଲଗା ଅଲଗା ପ୍ରକାରର ମସଲାରୁ ପ୍ରସ୍ତୁତ କରାଯାଇଥାଏ। ଏହା ଆମର ପାଚନ ତନ୍ତ୍ର ଉପର କୁପ୍ରଭାବ ପକାଇଥାଏ। ଏହାଦ୍ବାରା ଏସିଡିଟି ପରି ସମସ୍ୟା ଦେଖା ଦେଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories