www.samajalive.in
Wednesday, December 10, 2025
23.1 C
Bhubaneswar

ଚିନ୍ତାକଳ୍ପ: ଭକ୍ତି ପରୀକ୍ଷା

ବ୍ରାହ୍ମଣଙ୍କ ନାମ ଥିଲା ଦ୍ରୋଣ। ବ୍ରାହ୍ମଣ ଦମ୍ପତି ଭଗବାନଙ୍କର ପରମ ଭକ୍ତ ଥିଲେ। ଭଗବାନ ଭକ୍ତଙ୍କୁ ନାନା ଭାବରେ ପରୀକ୍ଷା କରି ଭକ୍ତିର ଦୃଢ଼ତା ପରଖିଥାନ୍ତି। ବ୍ରାହ୍ମଣ ଥିଲେ ଅତି ଦରିଦ୍ର। ଭିକ୍ଷା ଥିଲା ଜୀବନ ନିର୍ବାହର ମାଧ୍ୟମ। ବ୍ରାହ୍ମଣଙ୍କ ପତ୍ନୀ ଧରା ଦେବୀ ପତିପ୍ରାଣା ଥିଲେ। ସ୍ବାମୀ ଖାଇ ସାରିବା ପରେ ଯାହା କିଛି ବଳୁଥିଲା ତାହା ଖାଇ କ୍ଷୁଧା ନିବାରଣ କରୁଥିଲେ। ଯେଉଁ ଦିନ ସ୍ବାସ୍ଥ୍ୟଗତ କିମ୍ବା କୌଣସି କାରଣରୁ ଭିକ୍ଷା ସଂଗ୍ରହ ନିମନ୍ତେ ଯାଇ ନପାରିଲେ ସେ ଦିନ ଅନାହାରରେ ରହିଯାଆନ୍ତି। ବସ୍ତୁତଃ ଉପବାସରେ ରହିବାରେ ଅଭ୍ୟସ୍ତ ହୋଇଯାଇଥିଲେ ଦମ୍ପତି; କିନ୍ତୁ ହରିଭଜନରୁ ବିରତ ହେଉନଥିଲେ। ବ୍ରାହ୍ମଣ ଭିକ୍ଷା ସଂଗ୍ରହ ଉଦ୍ଦେଶ୍ୟରେ ଚାଲିଯାଇଥିଲେ। ଏହି ସମୟରେ ଜଣେ ଯୁବକ ନିଜର ଅତିଶୟ ବୃଦ୍ଧ ପିତାମାତାଙ୍କ ସାଥିରେ ଧରାଦେବୀଙ୍କ କୁଟିର ସମ୍ମୁଖରେ ପହଞ୍ଚି କହିଥିଲେ- ‘ମୋର ପିତାମାତା କ୍ଷୁଧାତୁର, କ୍ଷୁଧା କାରଣରୁ ଚାଲିବାରେ ଅକ୍ଷମ। କିଛି ହେଲେ ସେମାନଙ୍କୁ ଖାଇବାକୁ ଦିଅନ୍ତୁ।’ ଧରାଦେବୀ ନମ୍ର ଭାବରେ କହିଥିଲେ- ‘ସ୍ବାମୀ ଭିକ୍ଷା ସଂଗ୍ରହ ଉଦ୍ଦେଶ୍ୟରେ ଯାଇଛନ୍ତି। ଘରେ କିଛି ବି ନାହିଁ ଖାଦ୍ୟ ଭାବରେ ଦେବାକୁ। ସେ ଅଳ୍ପ ସମୟ ପରେ ଆସିବେ। ସେ ଆସିଲେ ଆଣିଥିବା ଭିକ୍ଷାନ୍ନରେ ଖାଦ୍ୟ ପ୍ରସ୍ତୁତ କରି ତୁମମାନଙ୍କୁ ଦେବି। ସେ ପର୍ଯ୍ୟନ୍ତ ମୋର କୁଟିରରେ ବସନ୍ତୁ।’
ବ୍ରାହ୍ମଣ ଫେରି ନଥିଲେ। ଏଣେ ଯୁବକ ଅଧୀର ହୋଇ କହିଥିଲେ- ଲାଗୁଛି ମୋର ପିତାମାତା ଉପାସରେ ମରିଯିବେ। ମୁଁ ଅନ୍ୟତ୍ର ଯାଉଛି ଖାଦ୍ୟସଂଗ୍ରହ ପାଇଁ। କ୍ଷୁଧାତୁର ଅତିଥି ଗୃହରୁ ଫେରିଯିବାଟା ଧରାଦେବୀ ପସନ୍ଦ କରିନଥିଲେ। ଆଶ୍ବାସନା ଦେଇ କହିଥିଲେ- ‘ଅଦୂରରେ ଥିବା ଗାଁରୁ ମୁଁ ଖାଦ୍ୟସାମଗ୍ରୀ ଆଣିବି। ମୋତେ କିଛି ସମୟ ଦିଅନ୍ତୁ।’ ଖାଦ୍ୟ ସାମଗ୍ରୀ ଆଣି ଦୋକାନୀକୁ ମୂଲ୍ୟ ଦେବାକୁ ଧରାଦେବୀଙ୍କ ନିକଟରେ ଅର୍ଥ ନଥିଲା। ଲମ୍ପଟ ସ୍ବଭାବର ଦୋକାନୀ ବାକିରେ ଦେବାକୁ ନାରାଜ ଥିଲା। ଧରାଦେବୀ ଥିଲେ ଅସାଧାରଣ ରୂପବତୀ। ଦୋକାନୀର ଇଚ୍ଛାକୁ ସାକାର କରି ଖାଦ୍ୟସାମଗ୍ରୀ ଧରି ଫେରିଥିଲେ। ଫେରିଲା ବେଳକୁ ଯାହା ଦେଖିଲେ ସେଥିରେ ଚକିତ ହୋଇଯାଇଥିଲେ। ଭଗବାନ ବିଷ୍ଣୁ ତାଙ୍କୁ ପରୀକ୍ଷା କରିବା ନିମିତ୍ତ ଆସିଥିଲେ। ମାତାପିତା ରୂପେ ଥିଲେ ଭଗବାନ ଭୋଳାଶଙ୍କର ଓ ପାର୍ବତୀ। ତିନିହେଁ ଧରାଦେବୀଙ୍କ ଅଦ୍ଭୁତ ତ୍ୟାଗ, ଅତିଥି ପରାୟଣତା, ସତ୍ୟବାଦିତାରେ ଅଭିଭୂତ ହୋଇଯାଇଥିଲେ। ଭଗବାନ ବିଷ୍ଣୁ ଧରାଦେବୀଙ୍କ ଉଦ୍ଦେଶ୍ୟରେ କହିଥିଲେ- ‘ତୁମେ ଧର୍ମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ। ତୁମ ଅତିଥି ପରାୟଣତାର ପଟାନ୍ତର ନାହିଁ। ଆମମାନଙ୍କ ନିମନ୍ତେ ସତୀତ୍ବକୁ ବିସର୍ଜନ ଦେଲାଭଳି ଯେଉଁ ଅସାଧାରଣ ତ୍ୟାଗ କରିଛ ତା’ର ପଟାନ୍ତର ନାହିଁ। ଆଗାମୀ ଜନ୍ମରେ ମୁଁ (ବିଷ୍ଣୁ ଭଗବାନ) ତୁମର ପୁତ୍ର ରୂପେ ଧରା ପୃଷ୍ଠରେ ଜନ୍ମହୋଇ ସ୍ତନ୍ୟପାନ କରିବି। ଧରାଦେବୀ ମା’ ଯଶୋଦା ଓ ବ୍ରାହ୍ମଣ ଦ୍ରୋଣ ନନ୍ଦରାଜା ରୂପରେ ମର୍ତ୍ତ୍ୟରେ ଜନ୍ମ ନେଇଥିଲେ। ଯଥାର୍ଥରେ ଭକ୍ତିର ଶକ୍ତି ଅକଳନୀୟ ଯାହା ବଳରେ ସ୍ବର୍ଗର ଦେବତା ମଧ୍ୟ ମର୍ତ୍ତ୍ୟ ଭୂମିକୁ ଓହ୍ଲାଇ ଆସିବାକୁ ବାଧ୍ୟ ହୋଇଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories