www.samajalive.in
Sunday, December 7, 2025
23.1 C
Bhubaneswar

ଆସିଲାଣି ଚତୁର୍ଥ ଲହର ! ଚୀନର ୧୦ ସହର ଲକଡାଉନ୍‌

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଲାଣି ଚୀନ୍‌ । ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି । ମାତ୍ର  ଗୋଟିଏ ଦିନରେ ଦୁଇଗୁଣରୁ ଅଧିକ ନୂଆ ମାମଲା ଆସୁଛି ।  ଆଜି ଚାଇନାରେ ୫୨୮୦ ନୂଆ କରୋନା ମାମଲା ଆସିଥଇବା ବେଳେ, ଏହା ଦେଶର ସବୁଠାରୁ ଦ୍ରୁତ ସଂକ୍ରମଣ ବୋଲି କୁହାଯାଉଛି । ଅନ୍ୟପଟେ, ଡବ୍ଲୁଏଚଓ ବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ନେଇ ଚେତାବନୀ ଦେଇଛି । ଡବ୍ଲୁଏଚଓ କହିଛି ଏହି ସଂକ୍ରମଣ ଚତୁର୍ଥ ଲହର ଆଣିପାରେ । ଡେଲଟା ଏବଂ ଓମିକ୍ରନ୍ ମିଳନରେ ଏହି ସଂକ୍ରମଣ ବଢ଼ୁଛି ।

ସବୁଠାରୁ ବଡ଼କଥା ହେଉଛି ଏହି ନୂତନ କରୋନା ସଂକ୍ରମଣ ଯୋଗୁ ଚାଇନାର ୧୦ଟି ସହରରେ ଲକଡାଉନ ଲାଗୁ କରାଯାଇଛି । ଲକଡାଉନ ଯୋଗୁ ୩ କୋଟିରୁ ଅଧିକ ଲୋକ ଗୃହବନ୍ଦୀ ହୋଇଛନ୍ତି । ଏହି ସଂକ୍ରମଣ ଦ୍ୱାରା ଚୀନର ଜିଲିନ୍ ସର୍ବାଧିକ ପ୍ରଭାବିତ ହୋଇଛି । ଏନଏଚସିର ସୂଚନା ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ରମଣ । କେବଳ ଜିଲିନରେ ସର୍ବାଧିକ ୩୦୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories