www.samajalive.in
Wednesday, December 10, 2025
14.1 C
Bhubaneswar

ମମତାଙ୍କୁ କଡା ସମାଲୋଚନା କଲେ ପ୍ରଭାତି: କହିଲେ ମହିଳାଙ୍କୁ ନିରାଶ କରିଛି ବୟାନ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଜଣେ ଓଡ଼ିଶା ଏମବିବିଏସ୍‍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମମତା ବାନାର୍ଜୀଙ୍କ ବୟାନକୁ ନେଇ ରାଜନୀତି ଜୋର ଧରିଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମମତାଙ୍କୁ ଟାର୍ଗେଟ କରିବା ସହ କଡା ସମାଲୋଚନା କରିଛନ୍ତି ।


ପ୍ରଭାତି କହିଛନ୍ତି ମହିଳାଙ୍କୁ ନିରାଶ କରିଛି ମମତା ବାନାର୍ଜୀଙ୍କ ଭଳି ଜଣେ ମହିଳା ନେତୃତ୍ୱ ଓ ଦିଦି ନାମରେ ପରିଚିତ ପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ –“ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ । କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳାରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି । ପୀଡିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମାନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ । ଆଉ ଯଦି ଓଡ଼ିଆ ଝିଅ ପୀଡିତା ବୋଲି ଦରଦ ନାହିଁ, ଓଡ଼ିଶା ସରକାରଙ୍କୁ ଲେଖି ଦିଅନ୍ତୁ । ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଛିପାରିବୁ । ଲଜ୍ଜାବୋଧ ନରହିବା ଅତ୍ୟନ୍ତ ନିନ୍ଦନୀୟ । ମହିଳା ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅମାନେ ଆଶା କରିବେନି ତାହାହେଲେ କରିବେ କାହାଠାରୁ ବୋଲି ପ୍ରଭାତି ପରିଡା ପ୍ରଶ୍ନ କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories