ନୂଆଦିଲ୍ଲୀ: ଦେଶ ପାଇଁ ପ୍ରାଣ ବଳି ଦେଇଥିବା ଯବାନଙ୍କ କାହାଣୀ କେବେ ବି ଭୁଲି ହୁଏ ନାହିଁ । ବିହାରର ସାରଣ ଜିଲାର ଦରିଆପୁର ବ୍ଲକର ଶର୍ମା ଟୋଲାଙ୍କ ପୁଅ ଛୋଟୁ ଶର୍ମା ଆତଙ୍କବାଦୀଙ୍କ ସହିତ ଲଢି ଶ୍ରୀନଗରରେ ସହିଦ ହୋଇଥିଲେ । ଗାଁର ବୀର ପୁଅ ପିଲାଟି ଦିନରୁ ସେନାରେ ଯୋଗଦେବା ଏବଂ ଦେଶ ସେବା କରିବାର ସ୍ୱପ୍ନ ଦେଖିଥିଲା ।
ଛୋଟୁ ଶର୍ମା ୨୦୧୭ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ତାଙ୍କ ପରିବାର ତାଙ୍କୁ ସମ୍ପ୍ରତି ବହୁତ ଧୁମଧାମରେ ବିବାହ କରିଥିଲେ । ସେ ଚଳିତ ବର୍ଷ ୫ମଇରେ ଘରକୁ ଆସିଥିଲେ । କିନ୍ତୁ ଭାଗ୍ୟ କିଛି ଅନ୍ୟ ଲେଖିଥିଲା । ବିବାହର ମାତ୍ର ୧୦ଦିନ ପରେ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଡକରା ହୋଇଥିଲା । ଛୋଟୁ ଦେଶକୁ ସୁରକ୍ଷା ଦେବା ଲାଗି ଶ୍ରୀନଗରରେ ପହଞ୍ଚିଥିଲେ । ଶନିବାର ଦିନ ଯେତେବେଳେ ଏକ ଏନକାଉଣ୍ଟର ସମୟରେ ଗୁଳିରେ ଆହତ ହେବା ଯୋଗୁଁ ତାଙ୍କ ସହିଦ ହେବାର ଖବର ଗାଁରେ ପହଞ୍ଚିଥିଲା । ଯାହା କି ସମସ୍ତଙ୍କୁ ଚକିତ କରିଥିଲା । ଘରେ ଶୋକର ଛାୟା ଖେଳିଗଲା, ବାପାମାଆ, ସ୍ତ୍ରୀ ଏବଂ ଭାଇମାନଙ୍କ କାନ୍ଦଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।
ଛୋଟୁଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପ୍ରତ୍ୟେକଙ୍କ ଆଖିରେ ଲୁହ ରହିଥିଲା । ସମଗ୍ର ଅଞ୍ଚଳ ଭାରତ ମାତା କି ଜୟ, ଛୋଟୁ ଶର୍ମା ଅମର ରହେ ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଥିଲା । ସେନାର ସୈନିକମାନେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷ ସଲାମ ଦେଇଥିଲେ । ଦିଘୱାରା ପିପ୍ରା ଗଙ୍ଗା ଘାଟରେ ପୂର୍ଣ୍ଣ ସମ୍ମାନ ସହିତ ଛୋଟୁଙ୍କୁ ଶେଷ ବିଦାୟ ଦିଆଯାଇଥିଲା ।



