ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏହାର ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଅପରାହ୍ନ ୨ଟଶ ୪୩ ମିନିଟରେ ଚନ୍ଦ୍ରଯାନ-୨ ଜହ୍ନକୁ ଯାତ୍ରା ଆରମ୍ଭ କରିବ। ଇସ୍ରୋର ବୈଜ୍ଞାନିକମାନଙ୍କ ସହିତ ସାରା ଦେଶବାଦୀ ଏହି ଶୁଭ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି। ଉତକ୍ଷେପଣ ଯାନ ଜିଏସଏଲଭି ଏମକେ-୩ ଚନ୍ଦ୍ରଯାନ-୨କୁ ଧରି ଚନ୍ଦ୍ରପୃଷ୍ଟ ଅଭିମୁଖେ ଯିବ। ଏଥିପାଇଁ ୨୦ ଘଣ୍ଟା ପୂର୍ବରୁ ଅର୍ଥାତ ଗତ ରାତିରୁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଭାରତର ୨ୟ ଚନ୍ଦ୍ରଯାନ ଅଭିଯାନ ଗତ ୧୫ ତାରିଖରେ ଆରମ୍ଭ ହେବାର ଥିଲା। ମାତ୍ର ବୈଷୟିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜିଏସଏଲଭି-ଏମକେ ୩ ମହାକାଶ ଯାନର କ୍ରାୟୋଜେନିକ ଇଞ୍ଜିନର ହିଲିୟମ ବୋତଲରେ ଲିକ୍ ଯୋଗୁ ଉତ୍କ୍ଷେପଣର ୫୬ ମିନିଟ ପୂର୍ବରୁ ଅଭିଯାନକୁ ବନ୍ଦ କରାଯାଇଥିଲା। ଏହି ମିଶନ ଭାରତର ୨ୟ ଚନ୍ଦ୍ରଯାନ ମିଶନ।
Popular Categories



