www.samajalive.in
Tuesday, December 9, 2025
23.1 C
Bhubaneswar

ଅଗଷ୍ଟରେ ମହାକାଶକୁ ଯାତ୍ରା କରିବ ଚନ୍ଦ୍ରଯାନ-୩

ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ଅର୍ଜନ କରିବାକୁ ଯାଉଛି। ଆସନ୍ତା ଅଗଷ୍ଟ ମାସରେ ଭାରତର ମହାକାଶ ଅଭିଯାନର ଅଂଶ ସ୍ୱରୂପ ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ ପାଇଁ ଯୋଜନା ରହିଥିବା କେନ୍ଦ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ କହିଛନ୍ତି। ମହାକାଶ ବିଭାଗ ଚଳିତ ବର୍ଷ ୧୯ଟି ଅଭିଯାନ ନିମନ୍ତେ ଯୋଜନା କରିଥିବା ବେଳେ ଏଥିରେ ଭାରତର ଚନ୍ଦ୍ର ଅଭିଯାନ ରହିଥିବା ସେ ଲୋକସଭାରେ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଚନ୍ଦ୍ରଯାନ-୨ରୁ ଉପଲବଧ ତଥ୍ୟ ଏବଂ ବୈଜ୍ଞାନିକମାନଙ୍କ ସୂଚନାକୁ ଆଧାର କରି ଚନ୍ଦ୍ରଯାନ-୩ର ଆନୁସଙ୍ଗିକ କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ସେଥିରେ ବ୍ୟବହୃତ କେତେକ ଯନ୍ତ୍ରାଂଶର ସଫଳ ପରୀକ୍ଷଣ ଶେଷ ହୋଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏକ ଲିଖିତ ଉତ୍ତରରେ ସେ ଦର୍ଶାଇଛନ୍ତି ଯେ ଚଳିତ ବର୍ଷ ଜାନୁଆରୀରୁ ଡିସେମ୍ବର ସୁଦ୍ଧା ୧୯ଟି ମିଶନ ରହିଛି ଯେଉଁଥିରେ ୮ଟି ଲଞ୍ଚ ଭେଇକିଲ ମିଶନ, ୭ଟି ସ୍ପେସକ୍ରାଫ୍ଟ ମିଶନ ଏବଂ ୪ଟି ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର ମିଶନ ରହିଛି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories