ଭଦ୍ରକ : କେନ୍ଦ୍ରୀୟ ଟିମ୍ର ସଦସ୍ୟ ଓଡ଼ିଶାରେ ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଆକଳନ କରୁଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁନିଲ୍ କୁମାର ବର୍ଣ୍ଣୱଲ୍ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍କୁ କ୍ଷୟକ୍ଷତି ନେଇ ଏସ୍ଆର୍ସି ପ୍ରଦୀପ କୁମାର ଜେନା ଅବଗତ କରାଇଛନ୍ତି। ଆଜି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରୁଛନ୍ତି।
ଏହି ଟିମ୍ ବାତ୍ୟା ‘ୟାସ୍’ ପ୍ରଭାବରେ ଭଦ୍ରକ ଜିଲ୍ଲାରେ କ୍ଷୟକ୍ଷତି ଅନୁଧ୍ୟାନ କରୁଛନ୍ତି। କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଚାନ୍ଦବାଲି ବ୍ଲକ୍ ଏବଂ ଧାମରା ଅଞ୍ଚଳରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବ, ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ ଏବଂ ପରିବହନ ରାଜପଥ ମନ୍ତ୍ରଣାଳୟର ନିର୍ବାହୀ ଯନ୍ତ୍ରୀ ଶାଶ୍ୱତ ମହାପାତ୍ର ପହଞ୍ଚିବା ପରେ ଭଦ୍ରକ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ ଜିଲ୍ଲାର ୪ଟି ପୌରାଞ୍ଚଳ ଏବଂ ୭ଟି ବ୍ଲକରେ ୨୬୭ କୋଟି ୨ ଲକ୍ଷ ୮୮ ହଜାର ଟଙ୍କା କ୍ଷୟକ୍ଷତି ହୋଇଥିବା ରିପୋର୍ଟ ତଥ୍ୟ କେନ୍ଦ୍ରୀୟ ଟିମ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି। ସେହିଭଳି ଧାମରା ବନ୍ଦର ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରି ଏହି ଟିମ୍ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି।
ସେହିପରି ବାଲେଶ୍ୱର ଜିଲ୍ଲାରେ ‘ୟାସ୍’ ବାତ୍ୟା ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ସଦର, ରେମୁଣା ଓ ବାହାନଗା ବ୍ଳକ୍ର କ୍ଷୟକ୍ଷତି ଅନୁଧ୍ୟାନ କରିବାପାଇଁ କେନ୍ଦ୍ରୀୟ ଟିମ୍ ପରିଦର୍ଶନ କରୁଛନ୍ତି। ଏହି ଟିମ୍ ସଦର ବ୍ଲକ୍ର ସାରଧା ପଞ୍ଚାୟତର ବିଭିନ୍ନ କ୍ଷୟକ୍ଷତି ଅଞ୍ଚଳ ବୁଲି ଦେଖୁଛନ୍ତି। ସେମାନଙ୍କୁ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଉଛନ୍ତି। ଆଜି ଅପରାହ୍ଣରେ ଅନ୍ୟ



