www.samajalive.in
Monday, December 8, 2025
16.1 C
Bhubaneswar

ରାଜ୍ୟରେ ଜନଜାତିଙ୍କ ବିକାଶ ପାଇଁ ୩ବର୍ଷରେ ୧୬୫୬ କୋଟି କେନ୍ଦ୍ରୀୟ ଅନୁଦାନ

ଓଡିଶାର ଜନଜାତି ତଥା ଅସୁବିଧାରେ କାଳାତିପାତ କରୁଥିବା ଅନ୍ୟାନ୍ୟ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ପାଇଁ ଗତ ତିନିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ରାଜ୍ୟକୁ ୧୬୫୬.୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‍ କରିଛନ୍ତି। ଦେଶରେ ଜନଜାତି ଜନସଂଖ୍ୟାର ବିକାଶ ପାଇଁ ନିରନ୍ତର ଉଦ୍ୟମ କରିବା ତଥା ବିଶେଷ ଭାବରେ ଓଡ଼ିଶାରେ ଜନଜାତି ସମ୍ପ୍ରଦାୟଙ୍କର ସାମୂହିକ ବିକାଶ ଏବଂ କଲ୍ୟାଣକୁ ନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବା ବେଳେ ବିଶେଷତଃ ଓଡ଼ିଶାର ଦୁର୍ଗମ ତଥା ମାଓ ଅଞ୍ଚଳରେ ସ୍ଥାପିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ(ଇଏମଆରଏସ) ରାଜ୍ୟର କମ୍‍ ସ୍ୱାକ୍ଷରତା ଥିବା ଜିଲ୍ଲାରେ ଶିକ୍ଷା କ୍ଷେତ୍ରକୁ ମଜବୁତ୍‍ କରିବାରେ ଗେମ-ଚେଞ୍ଚର ଭାବେ ଉଭା ହୋଇପାରିଛି ବୋଲି ସେ କହିଛନ୍ତି।

ଗତ ତିନି ବର୍ଷରେ ୧୬ ହଜାର ୭୦୦ ଜନଜାତି ଛାତ୍ରଛାତ୍ରୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷା ଲାଭ କରିଛନ୍ତି। ସେହିପରି ମାଟ୍ରିକ ପୂର୍ବବର୍ତ୍ତୀ ବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ବୃତ୍ତି ଯୋଜନାରେ ରାଜ୍ୟ ଅନୁସୂଚିତ ଜନଜାତିର ୬.୩୬ ଲକ୍ଷ ଛାତ୍ରଛାତ୍ରୀ ଏବଂ ୫.୫୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିଛନ୍ତି। ଗତ ୩ ବର୍ଷ ମଧ୍ୟରେ ଓଡିଶାର ଅନୁସୂଚିତ ଜନଜାତି ବିଭାଗରୁ ୩.୩୭ ଲକ୍ଷରୁ ଅଧିକ ହିତାଧିକାରୀ ମୋଦୀ ସରକାରଙ୍କ ‘ଏସଟି ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଗୁଡିକୁ ଅନୁଦାନ ଦେଉଥିବା ବେଳେ ଅନେକ ଜନଜାତି ଅନ୍ୟାନ୍ୟ ଯୋଜନା ଅଧୀନରେ ଉପକୃତ ହୋଇଛନ୍ତି। ମୋଦୀ ସରକାର ଗରିବ ଏବଂ ଅସହାୟଙ୍କୁ ସମାନ ସୁଯୋଗ ପ୍ରଦାନ କରି ସେମାନଙ୍କର ସାମୂହିକ ବିକାଶ ସହ ଆତ୍ମନିର୍ଭର ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭରେ ଯୋଡ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories