ଏ ବର୍ଷ ହେବ ନାହିଁ ବଜେଟର ହାଲୱା ଉତ୍ସବ

ନୂଆଦିଲ୍ଲୀ: ବଜେଟ୍ ପୁସ୍ତିକା ମୁଦ୍ରଣ ପୂର୍ବରୁ ପ୍ରତିବର୍ଷ ହାଲୱା ଉତ୍ସବ ପାଳନ କରାଯାଇଥାଏ। ଅର୍ଥ ମନ୍ତ୍ରଣାଳୟର ନର୍ଥ ବ୍ଲକ୍‌ରେ ଏକ ବଡ ପାତ୍ରରେ ସୁଜିରେ ହାଲୱା ପ୍ରସ୍ତୁତ କରାଯାଇ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯାଇଥାଏ। ଅର୍ଥମନ୍ତ୍ରୀ ନିଜେ ଏହି ହାଲୁୱା ବାଣ୍ଟିଥାନ୍ତି। ଏହି ହାଲୱା ଉତ୍ସବ ହିଁ ବଜେଟ୍ ଅଧିବେଶନର ପ୍ରାରମ୍ଭିକ ସୂଚନା ଦେଇଥାଏ। ତେବେ ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାକୁ ଚଳିତବର୍ଷ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ହାଲୱା ଉତ୍ସବ ବାତିଲ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ମହାମାରୀ ପାଇଁ ଏହି ଉତ୍ସବ ବନ୍ଦ ରହିବ ବୋଲି କୁହାଯାଇଛି। ଏହା ସହିତ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବଜେଟ୍ ପେପର ଲେସ ହେବ। ଅର୍ଥାତ୍ ବଜେଟ୍ ପୁସ୍ତିକା ଛପାଯିବ ନାହିଁ। ଏହାକୁ ଡିଜିଟାଲରେ ପ୍ରକାଶ କରାଯିବ। ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ବର୍ଷର ବଜେଟ୍ ସଂସଦରେ ଉପସ୍ଥାପନ କରିବେ। ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ।

Comments are closed.