www.samajalive.in
Friday, December 5, 2025
16.1 C
Bhubaneswar

ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ, ସିରପ ନେଇ କେନ୍ଦ୍ର ସରକାର ଉଠାଇଲେ ବଡ ପଦକ୍ଷେପ

ନୂଆଦିଲ୍ଲୀ : ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ କଫସିରପ ଖାଇ ଶିଶୁଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ସାରା ଦେଶରେ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜକୁ କଡା ଆଦେଶ ଜାରି କରିଛନ୍ତି। ଥଣ୍ଡା-କାଶ ହେଉଥିବା କୌଣସି ବି  ୨ ବର୍ଷର କମ୍ ବୟସ୍କ ଶିଶୁଙ୍କୁ କୌଣସି ବି ପ୍ରକାର ସିରପ ଦିଆଯିବନି। ଶିଶୁଙ୍କ ସୁରକ୍ଷାକୁ ମଜଭୁତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ନିକଟରେ କୋଲଡ୍ରିଫ୍ ନାମକ ସିରପ ଖାଇବା ପରେ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଗାଇଡଲାଇନ୍ ଜାରି କରିଛି।

ନିର୍ଦେଶ ପରେ ଛତିଶଗଡର ରାୟଗଡ ଜିଲାରେ ଲଖିରାମ ମେଡିକାଲ କଲେଜ ଓ ଅନ୍ୟ ହସ୍ପିଟାଲକୁ ଆଦେଶ ଦିଆଯାଇଛି କି ଡାକ୍ତର ପରାମର୍ଶ ବିନା କୌଣସି ଶିଶୁକୁ ସିରପ୍ ଦିଆଯିବନି। ପଞ୍ଜାବ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶ ମଧ୍ୟ ଏହି ଆଦେଶ ଜାରି କରିଛନ୍ତି। ଲଖିରାମ ମେଡିକାଲ କଲେଜର ଶିଶୁ ରୋଗ ପ୍ରଭାରୀ ଡାକ୍ତର ଏଲ.କେ. ସୋନୀ କହିଛନ୍ତି କି ଏଣିକି ୨ ବର୍ଷରୁ କମ୍ କାହାକୁ ମଧ୍ୟ କଫ୍ ସିରପ୍ ନ ଲେଖିବାକୁ କୁହାଯାଇଛି। ସେ କହିଛନ୍ତି କି ଛୋଟ ପିଲାଙ୍କ ସିରପର ବହୁତ କମ୍ ଆବଶ୍ୟକତା ପଡିଥାଏ, ଏଥିପାଇଁ ପ୍ରାକୃତିକ ଉପାୟରେ ଚିକିତ୍ସା ଉପରେ ଜୋର ଦିଆଯାଉଛି। କଲେଜର ଡିନ୍ ଡାକ୍ତର ବିନିତ ଜୈନ କହିଛନ୍ତି କି ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ସମସ୍ତ ବିଭାଗକୁ ସିରପ୍ ନ ଦେବା ପାଇଁ ଆଦେଶ ଦିଆଯାଇଛି। ସେ କହିଛନ୍ତି କି ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories