ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ଏହାକୁ ୫% ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ୫୦ ଲକ୍ଷ କର୍ମଚାରୀ ଲାଭବାନ ହେବେ। ଏହା ସହିତ ୬୫ ଲକ୍ଷ ପେନସନଭୋଗୀ ମଧ୍ୟ ଉପକୃତ ହେବେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଫଳରେ ମହଙ୍ଗା ଭତ୍ତା ୧୨ ପ୍ରତିଶତରୁ ବୃଦ୍ଧି ପାଇ ୧୭ ପ୍ରତିଶତ ହୋଇଛି। ଗତ ଜୁଲାଇରୁ ଏହା ପିଛିଲା ଭାବେ ଲାଗୁ ହେବ। ୭ମ ବେତନ କମିଶନଙ୍କ ସୁପାରିସ ଅନୁସାରେ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିବା ଜାଭଡେକର ସୂଚନା ଦେଇଛନ୍ତି।
କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବୃଦ୍ଧି
Popular Categories


