ଦେଶର ୧୪ଟି ରାଜ୍ୟର ରାଜସ୍ୱ କ୍ଷତି ଭରଣା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୬ହଜାର ୧୯୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଅର୍ଥ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ଶତପ୍ରତିଶତ ସହାୟତା ପ୍ରଦାନ କରିବା ପ୍ରକ୍ରିୟା ଶେଷ ହୋଇଛି। କମିଶନଙ୍କ ନିର୍ଦ୍ଧାରିତ ସୀମା ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ଏହି ରାଜସ୍ୱ କ୍ଷତି ଭରଣା କରାଯାଇଛି।
ରାଜସ୍ୱ କ୍ଷତି ଭରଣା ସହାୟତା ପାଇବାକୁ ଥିବା ରାଜ୍ୟଗୁଡ଼ିକ ହେଉଛି, ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ୍, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ।



