କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସିଡିଏ ଠାରେ ଅତ୍ୟାଧୁନିକ ସ୍ୱିୱେଜ୍ ଟ୍ରିଟମେଣ୍ଟ ପ୍ଳାଣ୍ଟ ଉଦଘାଟନ କରିଛନ୍ତି । ଏହି ପ୍ଳାଣ୍ଟ କଟକ ସିଡିଏଠାରେ ଦୈନିକ ୩ କୋଟି ୬୦ଲକ୍ଷ ଲିଟର ବର୍ଜ୍ୟ ବିଶୋଧନ କରିବ । ଏଥିପାଇଁ ୧୧୦କୋଟି ଟଙ୍କାର ବ୍ୟୟ କରାଯାଇଛି । ଏହି ଯୋଜନାରେ ସହରରେ ୨୭୫ କିମିରୁ ଅଧିକ ଦୈର୍ଘ୍ୟର ସିୱେଜ୍ ପାଇପ୍ଲାଇନ୍ ନିର୍ମାଣ ସମ୍ପୂର୍ଣ୍ଣ କରାଯିବ । ସେହିପରି କଟକ ପୋଲିସ କଲୋନିରେ ଘଂଟା ପ୍ରତି ୭୨ଲକ୍ଷ ଲିଟର ନିଷ୍କାସନ କ୍ଷମତା ବିଶିଷ୍ଟ ଡ୍ରେନେଜ୍ ପମ୍ପିଙ୍ଗ୍ ଷ୍ଟେସନରେ ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଥିବା ପ୍ରକଳ୍ପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନରାଜରେ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି ।
Popular Categories



