www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ବଲପୁରରେ ମାତିଛନ୍ତି ଲୁଟେରା, ସିସିଟିଭିରେ କଏଦ ହେଲା ବାଇକ ଚୋରି ଦୃଶ୍ୟ

ସମ୍ବଲପୁର: ସମ୍ବଲପୁର ପୁଲିସ ପକ୍ଷରୁ ଆଗାମୀ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅପରାଧ ନିୟନ୍ତ୍ରଣ ପାଇଁ ନିଶା ଓ ସଟ୍ଟା ବିରୋଧୀ ଅଭିଯାନ ଚାଲିଥିବା ବେଳେ ବାଇକ ଚୋରମାନେ ବେଶ ମାତି ଯାଇଛନ୍ତି । ବିଗତ ଦିନରେ ୩୦ରୁ ଅଧିକ ଚୋରି ବାଇକ ଉଦ୍ଧାର ସହିତ ୧୦ରୁ ଅଧିକ ଲୁଟେରାଙ୍କୁ ଧରି ପୁଲିସ ସାବାସୀ ନେଉଥିବା ବେଳେ ସାକ୍ଷୀପଡାସ୍ଥିତ ବୃକ୍ସହିଲ ସମ୍ମୁଖରୁ ଲୁଟେରା ଜଣେ ଭିଡିଓ ସାମ୍ବାଦିକଙ୍କ ଗାଡି ଚୋରି କରି ନେଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଲୁଟେରା ଜଣକ ଫୋନରେ କଥା ହୋଇ ସାମ୍ବାଦିକ ବାଦଲ ସେନ୍ଦ୍ରିଆଙ୍କ ଗାଡି ନିକଟକୁ ଆସି ଛିଡା ହେବା ପରେ କୌଶଳ କ୍ରମେ ଏକ ମାଷ୍ଟର ଚାବି ଦ୍ଵାରା ଗାଡ଼ି ଚୋରି କରି ନେଇଥିଲେ। ଏହାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପୁଲିସ ନିୟମିତ କିଛି ନା କିଛି ଆପରାଧିକ ଘଟଣାକୁ ରୋକିବାକୁ ପଦକ୍ଷେପ ନେଉଥିବାବେଳେ ପ୍ରକୃତ କ୍ଷେତ୍ରରେ ତାହା କୌଣସି ବିଶେଷ ପ୍ରଭାବ ପକାଇପାରୁ ନାହିଁ। ବାଇକ ଚୋରି ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହୋଇଥିବା ବେଳେ ଏ ନେଇ ଏକ ମାମଲା ଧନୁପାଲି ଥାନାରେ ରୁଜୁ କରାଯାଇ ଚୋରି ବାଇକକୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ପୁଲିସ କହିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories