www.samajalive.in
Tuesday, December 9, 2025
23.1 C
Bhubaneswar

ଆସନ୍ତା ସପ୍ତାହରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇପାରେ ବୋଲି ପରୀକ୍ଷା ନିୟନ୍ତ୍ରକ ସନ୍ୟମ ଭରଦ୍ବାଜ ସୂଚନା ଦେଇଛନ୍ତି। ପରୀକ୍ଷା ନିୟନ୍ତ୍ରକ ସନ୍ୟମ ଭରଦ୍ବାଜ କହିଛନ୍ତି ଯେ ଆଜି ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପରେ ଆଜିଠାରୁ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଁ କାମ ଆରମ୍ଭ କରିଛୁ। ଆଶା କରୁଛୁ ଆସନ୍ତା ସପ୍ତାହରେ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ କରିବୁ।

 

- Advertisement -

ସିବିଏସଇ ପରୀକ୍ଷା ନିୟନ୍ତ୍ରକ ଭରଦ୍ବାଜ ପୁଣି କହିଛନ୍ତି ଯେ ଚଳିତ ଶିକ୍ଷାବର୍ଷରୁ ଏଣିକି ବର୍ଷ ତମାମ ପରୀକ୍ଷା କରାଯିବ। ଆମେ ଏକ ଯୋଜନା ପ୍ରସ୍ତୁତ କରିଛୁ, ଯେଉଁଥିରେ ଏକାଧିକ ପରୀକ୍ଷା କରାଯିବ। ବର୍ଷ ତମାମ ପରୀକ୍ଷା କରି ଆସେସ୍‌ମେଣ୍ଟ କରିବୁ। ଯଦି ମହାମାରୀ ଭଳି ପରିସ୍ଥିତି କେବେ ଉପୁଜେ ତାହେଲେ ଉକ୍ତ ନମ୍ବରରୁ ଛାତ୍ରଛାତ୍ରୀଙ୍କ ନମ୍ବର ନେଇ ପରୀକ୍ଷାଫଳ ପ୍ରକାଶ କରିବୁ।
ଏଠାରେ ସୂଚନା ଯୋଗ୍ୟ ଯେ କରୋନା ମହାମାରୀ ପାଇଁ ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories