ନୂଆଦିଲ୍ଲୀ: ୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ସମ୍ପର୍କିତ ୩୫ଟି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ତଦନ୍ତ କରୁଛି। ଏଥିପାଇଁ ସିବିଆଇ ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ୧୬୯ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସହିତ ଦାଦର ଏବଂ ନଗର ହାବେଳୀର ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି। ସିବିଆଇର ବହୁ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ବିଭିନ୍ନ ବ୍ୟାଙ୍କ ଠକେଇ ମାମଲାରେ ପ୍ରାୟ ୭ ହଜାର କୋଟି ଟଙ୍କା ଆତ୍ମସାତ ହୋଇଥିବା ନେଇ ସିବିଆଇରେ ୩୫ଟି ମାମଲା ରୁଜୁ ହୋଇଛି।
Popular Categories



