ଆଇଆଇଏମ ସମ୍ବଲପୁର ଓ କାର୍ଡ ମଧ୍ୟରେ ୫ ବର୍ଷିଆ ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର: ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଓଡିଶା ଓ ଆଇଆଇଏମ ସମ୍ବଲପୁର ମଧ୍ୟରେ ଏକ ପାଞ୍ଚ ବର୍ଷିଆ ବୁଝାମଣାପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇଆଇଏମ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲଙ୍କ ସଭପତିତ୍ୱ ଓ କାର୍ଡର ନିର୍ଦେଶକ ଡକ୍ଟର ବିକ୍ରମ କେଶୋରୀ ଜେନାଙ୍କ ପୌରହିତ୍ୟିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିକ୍ରମଶିଳା ଅନ୍ତର୍ଜାତୀକ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଫେସର ସୁଦୀପ୍ତ କୁମାର ନନ୍ଦ, ସମ୍ମାନିତ ଅତିଥି ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ଏନଆରଟିଆଇ ଗୁଜୁରାଟର ବରିଷ୍ଠ ଐତିହାସିକ ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା, ଏନୟୁଯେଏସ କୋଲକାତାର ପ୍ରଫେସର ଶ୍ରୀନିବାସ ଏନ ଏସ, ଓଡ଼ିଶା ଲୋକସେବା ଆୟୋଗର ସଚିବ ଅଶୋକ ଦାଶ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରତ କୁମାର ପାଲିତ, ସେଣ୍ଟ ପିଟର୍ସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ୱେତଲୀନା ବୋଦର୍ନୋଭ, ନ୍ୟୁ ଇଂଲଣ୍ଡ ବିଶ୍ୱବିଦ୍ୟାଳୟ ଅଷ୍ଟ୍ରେଲିଆର ପ୍ରଫେସର ଡେବିଡ଼ ଲିଭିଂଷ୍ଟନ ସ୍ମିଥ, କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଅର୍ଥର ନିଧାମ, ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ, ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଶ୍ୱଜିତ ଦାସ, କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେରେମି ସରମାନ, ମାସାଚୁସେଟସର ଗବେସିକା ତଥା ସମ୍ବାଦିକା ଶ୍ରେୟା ସରକାର, ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଚିସ୍ମିତା ପଣ୍ଡା, ଏସସିଏସ କଲେଜ ପୁରୀର ଡ଼ ପ୍ରୀତି ଶ୍ରୀ ରଞ୍ଜନ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଡ଼ ନେହା ଶର୍ମା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଡ଼ ନୁପୁର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ବୁଝାମଣାକୁ ସ୍ୱାଗତ କରିବା ସହିତ ଉଭୟ ଅନୁଷ୍ଠାନକୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଆନୁଷ୍ଠାନିକ ସହଯୋଗ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।
୨୦୧୧ ଜନଗଣନା ଅନୁସାରେ ଭାରତରେ ମୋଟ ଜନସଂଖ୍ୟାର ୮.୬℅ ପ୍ରତିଶତ ଆଦିବାସୀ ଜନସଂଖ୍ୟା ଅଟେ। ରାଜ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ଼, ଓଡିଶା, ଗୋଆ, ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ମେଘାଲୟ୍, ନାଗାଲାଣ୍ଡ, ସିକିମ, ତ୍ରିପୁରା, ରାଜସ୍ଥାନ ଆଦି ରାଜ୍ୟରେ ଆଦିବାସୀ ଜନସଂଖ୍ୟା ଉଚ୍ଚରେ। କିନ୍ତୁ ସେମାନଙ୍କ ବିକାଶ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଆସିପାରିନାହିଁ। କେବଳ ଓଡିଶାରେ ଥିବା ୨୨ ପ୍ରଜାତିର ଆଦିବାସୀମାନଙ୍କ ସାମଗ୍ରିକ ବିକାଶକୁ ତର୍ଜମା କଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ, ବେତାର ଓ ଇଣ୍ଟରନେଟର ବିକାଶ ଆଖିଦୃଶିଆ ହୋଇପାରିନାହିଁ। କାର୍ଡର ଏହି ଚୁକ୍ତି ଫଳରେ ଉଭୟ ଅନୁଷ୍ଠାନ ମିଶି କେବଳ ଶିକ୍ଷା, ଦକ୍ଷତା ବିକାଶ, ଭାଷା ଓ ସଂସ୍କୃତି ସୁରକ୍ଷା କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମମାନ କରିବାକୁ ଅତିଥିମାନେ ପରାମର୍ଶ ପ୍ରଦାନ କରିଥିଲେ।
ଗବେଷଣା ଓ ସୃଜନଶୀଳତାର ଉପଯୋଗୀତା ବୃଦ୍ଧି କ୍ଷେତ୍ରରେ ଏହି ଚୁକ୍ତି ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାର ବିକାଶ ଓ ସାମାଜିକ ଜୀବନରେ ବିକାଶ ପାଇଁ ସହାୟକ ହୋଇପାରିବ। ଆଦିବାସୀ କଳା ସଂସ୍କୃତି ଭାଷା ଓ ପରିଚୟକୁ ସୁରକ୍ଷା ଦେଇ ସରକାରୀ ସହଯୋଗ ପାଇଁ ଯୁକ୍ତି ରଖିବା କ୍ଷେତ୍ରରେ ଏହି ଚୁକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିବ ବୋଲି ସମସ୍ତେ ଆଶା ପୋଷଣ କରିଥିଲେ। ପରବର୍ତ୍ତୀ ସମୟରେ କାର୍ଡ ସହ ଯୋଡି ହୋଇ ଭାରତର ବିଭିନ୍ନ ଅନୁଷ୍ଠାନମାନଙ୍କୁ କାମ କରିବାକୁ ଅତିଥିମାନେ ଆହ୍ଵାନ ଦେଇଥିଲେ।
ଭାରତରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏହି ଚୁକ୍ତି ଏକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ସେ ପ୍ରଫେସର ମହାଦେଓ ଜୟସ୍ଵଲ ମତପୋଷଣ କରିଥିଲେ। ଶିକ୍ଷାର ବିକାଶ ଦିଗରେ କାର୍ଡର ନିୟମିତ ପ୍ରୟାସକୁ ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ। ସମଗ୍ର ଭାରତରେ ଓ ପୃଥିବୀର କୋଣ ଅନୁକୋଣରେ ଉଚ୍ଚଶିକ୍ଷା ଓ ଗବେଷଣା ସହ ଜଡିତ ଥିବା ବ୍ୟକ୍ତି ଆଜି କାର୍ଡକୁ ଜାଣିଚି ଓ ଉପଲବ୍ଧି କରିଛି କାରଣ ନିୟମିତ ଭାବରେ କାର୍ଡ ଅନଲାଇନ କାର୍ଯ୍ୟକ୍ରମମାନ ଆୟୋଜନ କରି ବଡ଼ ସାମାଜିକ ଆର୍ଥିକ ତଥା ରାଜନୈତିକ ସମସ୍ୟା ଉପରେ ଗବେଷଣା ଜାରି ରଖିଛି। ଏହି ଚୁକ୍ତି କାର୍ଡକୁ ଆଉ ପାଦେ ନେଇ ଅଧିକ ସମ୍ବେଦନଶୀଳ ଭାବେ ଆଦିବାସୀ ସମସ୍ୟା ଓ ଶିକ୍ଷା କ୍ଷେତ୍ରରେ ସୃଜନଶୀଳ ପଦକ୍ଷେପ ନେବ ବୋଲି କାର୍ଡର ନିର୍ଦେଶକ ବିକ୍ରମ କେଶୋରୀ ଜେନା କହିଥିଲେ।
କାର୍ଡର ବିଶ୍ୱ ଅମ୍ବାସଡ଼ର ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ କିପରି ଆଦିବାସୀ ଭାଷାର ବିକାଶ ହୋଇପାରିବ ଓ ଆଦିବାସୀ ଯୁବା ବର୍ଗ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେନେଇ ଆଲୋକପାତ କରିଥିଲେ ଓ ଏହି ଚୁକ୍ତିର ସଫଳତା କାମନା କରିଥିଲେ। କଠିନ ପରିଶ୍ରମ ଉଭୟ ଅନୁଷ୍ଠାନ ମଧ୍ୟରେ ସହଯୋଗତା ନିଶ୍ଚିତ ଏହି ଚୁକ୍ତିର ଉଦେଶ୍ୟକୁ ସାକାର କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଚୁକ୍ତି ଓଡ଼ିଶାକୁ ଦେଶର ଆଦିବାସୀ ରାଜଧାନୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ, ଯୁବସମାଜରେ ଗବେଷଣା ଧର୍ମି ମନୋଭାବ ବୃଦ୍ଧି କରିବା ସହିତ ବିସ୍ତୃତ ଗବେଷଣା ଜାରି ରଖିବ ବୋଲି କାର୍ଡର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ମତ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ କାର୍ଡର କାର୍ଯ୍ୟନିର୍ବାହୀ ନିର୍ଦେଶକ ରୁଦ୍ରନାରାୟଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ଜୟସ୍ୱାଲ ଅଧ୍ୟକ୍ଷତା କରିଥିଲେ। ସଭା ପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ ପ୍ରଫେସର ବିକଳି ଚରଣ ଦାସ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ସୁବାସ ବାରିକ, ପ୍ରଫେସର ଲୋକନାଥ ମିଶ୍ର, ପ୍ରଫେସର ଲଷ୍ମୀକାନ୍ତ ମିଶ୍ର, ପ୍ରଫେସର ଅମୁଲ୍ୟ ଆଚାର୍ଯ୍ୟ, ଅଧ୍ୟାପକ ଶୁଭମ ଦାସ, ଡ଼ କମଳ ପ୍ରସାଦ ମହାନ୍ତି, ସମୁଏଲ ଲିମା, ଡ଼ ପ୍ରୀତି ଶ୍ରୀ ରଞ୍ଜନ, ଡ଼ ନୁପୁର ପଟନାୟକ, ଡ଼ ଶ୍ରବଣ ବାଗ, ଡ଼ ନିନା ଦାଶ, କାର୍ଡର ଅନ୍ୟତମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚିନ୍ମୟ ସାହୁ କାର୍ଡର ସମସ୍ତ ଉପଦେଷ୍ଟା ଓ ସଦସ୍ୟ ଓ ଆଇଆଇଏମ ସମ୍ବଲପୁରର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା କରିଥିଲେ। ସଭା ଶେଷରେ ଡ଼ ଶ୍ରବଣ ବାଗ ଧନ୍ୟବାଦ ପ୍ରଦାନ କରିଥିଲେ।
Comments are closed.