ନଦୀ ବନ୍ଧ ତଳକୁ ଖସିଲା କାର୍‌, ୩ ଗୁରୁତର

ଵାଳକାଟି : ବାଳକାଟି ଫାଣ୍ଡି ଅଧୀନସ୍ଥ ପୁରୁଣାଜଗନ୍ନାଥ ସଡ଼କ ସୁଦର୍ଶନ ଦାରୁ ନିକଟରେ ରବିବାର  ରାତିରେ ଏକ କାର୍‌ ଭାରସାମ୍ୟ ହରାଇ କୁଆଖାଇ ନଦୀ ବନ୍ଧ ତଳକୁ ଓଲଟିପଡ଼ିଥିଲା। ଫଳରେ ଏଥିରେ ବସିଥିବା ୫ ଜଣଙ୍କ ମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଥିଲେ। ଆହତ ତିନିଜଣ ହେଲେ କାର୍‌ ଚାଳକ କାଳନ୍ଦୀ ଦାସ, ବିଭୂତି ଦଳେଇ, ସୁବ୍ରତ ମଲ୍ଲିକ। ସେମାନଙ୍କ ଘର ବାଲିପାଟଣା ଥାନା ଓଡ଼ାଖଣ୍ଡ ଗ୍ରାମ‌େ‌ର ବୋଲି ଜଣାପଡ଼ିଛି। ଜଣେ ସମ୍ପର୍କୀୟଙ୍କ ଦୁର୍ଘଟଣା ହୋଇଥିବାରୁ ଏକ କାର୍‌ରେ ଚାଳକ ସମେତ ୫ଜଣ ବସି ପୁରୁଣା ଜଗନ୍ନାଥ ସଡ଼କ କୁଆଖାଇ ନଦୀବନ୍ଧ ଦେଇ ନିଜ ଗ୍ରାମରୁ ଭୁବନେଶ୍ୱରକୁ ଯାଉଥିଲେ । ରାତି ପ୍ରାୟ ସାଢ଼େ ୧୨ଟାରେ ସୁଦର୍ଶନ ଦାରୁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ନଦୀ ବନ୍ଧର ବାମପାର୍ଶ୍ୱ ପ୍ରାୟ ୧୫/୨୦ ଫୁଟ୍‌ ତଳକୁ ଖସିପଡ଼ିଥିଲା। ସମସ୍ତ ଗୁରୁତର ଆହତଙ୍କୁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

kalyan agarbati

Comments are closed.