www.samajalive.in
Tuesday, December 9, 2025
26.1 C
Bhubaneswar

ଅଳ୍ପ ଖର୍ଚ୍ଚରେ ଆପଣଙ୍କ କାର୍‍ ବି ହୋଇ ପାରିବ ବୈଦ୍ୟୁତିକ କାର

ନୂଆଦିଲ୍ଲୀ: ଆପଣଙ୍କ କାର୍‍ ବି ହୋଇ ପାରିବ ବୈଦ୍ୟୁତିକ କାର୍‍ । ପଟ୍ରୋଲ-ଡିଜେଲ କାର୍‍ ବୈଦ୍ୟୁତିକ କାରରେ ହୋଇପାରିବ ପରିବର୍ତ୍ତନ । ଦେଶରେ ବଢ଼ିବାରେ ଲାଗିଛି ତୈଳଦର । ଗାହକଙ୍କ ପାଇଁ ଗାଡ଼ି ଚଳାଇବା ଏକ ଚ୍ୟାଲେଞ୍ଜ ହୋଇଗଲାଣି । ଫଳରେ ଲୋକମାନେ ତୈଳ ଯାନ ପରିବର୍ତ୍ତେ ବୈଦ୍ୟୁତିକ ଯାନ ଆଡ଼କୁ ଆକର୍ଷିତ ହେଉଛନ୍ତି । ଏନେଇ କିଛି ଅଟୋ କମ୍ପାନୀ ମଧ୍ୟ ବୈଦ୍ୟୁତିକ ଯାନ ଯୋଗାଇ ଦେଉଛନ୍ତି । ଯାହାର ମୂଲ୍ୟ ସାଧାରଣ ଲୋକଙ୍କ ବଜେଟଠୁ ଅଧିକ ଥିବା ଦେଖିବାକୁ ମିଳୁଛି ।

ଏଭିଳି ପରିସ୍ଥିତିରେ ଆପଣ ଆପଣଙ୍କ କାରକୁ କିପରି ବୈଦ୍ୟୁତିକ କାରରେ ପରିଣତ କରିବେ ? ଆପଣଙ୍କ କାରକୁ ବୈଦ୍ୟୁତିକ କାରରେ ପରିବର୍ତ୍ତନ କଲେ କେତେ ଟଙ୍କା ଖର୍ଚ୍ଚ ହେବ ? ଆଉ ପେଟ୍ରୋଲ ଓ ଡିିଜେଲ ଠାରୁ କିପରି ବର୍ତ୍ତି ପାରିବେ ? ଜାଣିରଖନ୍ତୁ, ସାଧାରଣ କାରକୁ ବୈଦ୍ୟୁତିକ କାରରେ ପରିବର୍ତ୍ତନ କଲେ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ ୪ରୁ ୫ଲକ୍ଷ ଟଙ୍କା । ଏହା ମୋଟରର ୱାଟ ଶକ୍ତି ଏବଂ କାରରେ ଆପଣ ବ୍ୟବହାର କରୁଥିବା ବ୍ୟାଟେରୀର କ୍ଷମତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ହାଇଦ୍ରାବାଦର ଅଧିକାଂଶ କମ୍ପାନୀ ସାଧାରଣ ଯାନକୁ ବୈଦ୍ୟୁତିକ ଯାନରେ ପରିଣତ କରିବାର କାର୍ୟ୍ୟ କରନ୍ତି । ମୋଟର, କଣ୍ଟ୍ରୋଲର୍, ରୋଲର୍ ଏବଂ ବ୍ୟାଟେରୀ ବ୍ୟବହାର କରି ସାଧାରଣ କାରକୁ ବୈଦ୍ୟୁତିକରେ ପରିଣତ କରାଯାଇପାରିବ ।

- Advertisement -

ଗୋଟିଏ୨୦ କିଲୋୱାଟ ଇଲେକ୍ଟ୍ରିକ୍ ମୋଟର ଏବଂ ୧୨ କିଲୋୱାଟ ଲିଥିୟମ୍-ଆୟନ ବ୍ୟାଟେରୀର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ । ହେଲେ ଆପଣଙ୍କୁ ଆପଣଙ୍କ ତୈଳକାର୍‍ ଠାରୁ ଯାତାୟାରେ ବହୁତ କମ୍‍ ଖର୍ଚ୍ଚ ହେବ । ଉଦାହରଣ ସ୍ୱରୂପ, ଟାଟା ନକ୍ସନର ତିନୋଟି ବିକଳ୍ପ ରହିଛି । ପେଟ୍ରୋଲ୍, ଡିଜେଲ୍ ଏବଂ ଇଲେକ୍ଟ୍ରିକ୍ । ଟାଟା ନକ୍ସନ୍ ପେଟ୍ରୋଲ କାର୍‍ କିଲୋକିଟର ପ୍ରତି ୬.୨୫ ପଇସା ଖର୍ଚ୍ଚ ହେଉଥିବା ବେଳେ, ଡିଜେଲ କାର୍‍ କିଲୋକିଟର ପ୍ରତି ୪.୩୧ ପଇସା ଖର୍ଚ୍ଚ ହେଉଛି । ଏବଂ ସେହି ସ୍ଥାନରେ ବୈଦ୍ୟୁତିକ କାର୍‍ କିଲୋମିଟର ପ୍ରତି ୬୦ ପଇସା ଖର୍ଚ୍ଚ ହେବ ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories