ନାଳନ୍ଦାରେ ନାଇଲ୍‍ ଟେକ୍ନୋଲୋଜିର କ୍ୟାମ୍ପସ ଚୟନ

ନାଳନ୍ଦା ଇନ୍‍ଷ୍ଟିଟ୍ୟୁଟ୍‍ ଅଫ ଟେକ୍ନେଲୋଜିରେ ଦିଲ୍ଲୀ ଭିତ୍ତିକ ସଫ୍ଟୱେୟାର୍‍ କମ୍ପାନୀ ନାଇଲ୍‍ ଟେକ୍ନୋଲୋଜି କ୍ୟାମ୍ପସ ଚୟନ କରିଛି। କମ୍ପ୍ୟୁଟର ସାଇନ୍ସ ଏବଂମେକାନିକାଲ୍‍ ଛାତ୍ରଛାତ୍ରୀମାନଙ୍କୁ ନେଇ କ୍ୟାମ୍ପସ ଚୟନ ଆରମ୍ଭ ହୋଇଥିଲା। ନାଇଲ୍‍ ଟେକ୍ନୋଲୋଜିର ଏଚ୍‍ ଆର୍‍ ପି ବର୍ମା ଏବଂ ଟେକ୍ନିକାଲ୍‍ ହେଡ୍‍ ଏ ଗୋୱା କ୍ୟାମ୍ପସ ଚୟନ କରିବା ପାଇଁ ନେତୃତ୍ୱ ନେଇଥିଲେ। କମ୍ପାନୀର ଏଚ୍‍ ଆର୍‍ ପି ବର୍ମା କହିଥିଲେ ସଫ୍ଟୱେୟାର୍‍ କମ୍ପାନୀ ମାନଙ୍କର ପ୍ରତିଯୋଗିତା ସ୍ୱତ୍ତେ୍ୱ ନାଇଲ୍‍ ଟେକ୍ନୋଲୋଜି ତାର ନିଜର ଟେକ୍ନୋଲୋଜିକୁ ଉନ୍ନତ କରି ଏକ ନାମୀ ସଫ୍ଟୱେୟାର କମ୍ପାନୀ ଭାବରେ ଦେଶରେ ନାମ ଅଛି ଏବଂ ନୂତନ ଛାତ୍ରଛାତ୍ରୀମାନଙ୍କୁ ଆମ କମ୍ପାନୀ ଏକ ପ୍ଲାଟ୍‍ଫର୍ମ ବୋଲି କହିଥିଲେ। ଉକ୍ତ କ୍ୟାମ୍ପସ୍‍ ଚୟନରେ ନାଳନ୍ଦାର ୭ ଜଣ ଛାତ୍ରଛାତ୍ରୀ ଚୟନ ହୋଇଥିଲେ। ପରିଶେଷରେ ନାଳନ୍ଦାର କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ସୁନୀଲ ମିଶ୍ର କମ୍ପାନୀକୁ ଧନ୍ୟବାଦ ଦେଇଥିଲେ।

Comments are closed.