www.samajalive.in
Sunday, December 7, 2025
26.1 C
Bhubaneswar

ଉପନିର୍ବାଚନ ପାଇଁ ଛୁଟି ଘୋଷଣା, ଭୋଟ ଦେବା ପାଇଁ ନିର୍ବାଚନ ମଣ୍ଡଳୀ ବାହାରେ ଚାକିରି କରୁଥିବା ଲୋକ ବି ଛୁଟି ନେଇପାରିବେ

ଭୁବନେଶ୍ବର: ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ବାଲେଶ୍ବର ଓ ତିର୍ତ୍ତୋଲ୍‌ରେ ଛୁଟି ଘୋଷଣା କରାଯାଇଛି। ସବୁ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ସବୈତନିକ ଛୁଟି ମିଳିବ ଏବଂ ଭୋଟ ଦେବା ପାଇଁ ନିର୍ବାଚନ ମଣ୍ଡଳୀ ବାହାରେ ଚାକିରି କରୁଥିବା ଲୋକ ବି ଛୁଟି ନେଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ଓଡ଼ିଶାର ୩୮-ବାଲେଶ୍ବର ଏବଂ ୧୦୨-ତିର୍ତ୍ତୋଲ୍‌ ବିଧାନଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବର ୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଉପନିର୍ବାଚନ ପାଇଁ ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୧୩୫(ଖ) ଅନୁସାରେ ୧୮ ବର୍ଷରୁ ଊର୍ଦ୍ଧ୍ବ ପ୍ରତ୍ୟେକ ନାଗରିକଙ୍କର ମତଦାନ କରିବାର ମୌଳିକ ଅଧିକାର ରହିଛି। ତେଣୁ ଭୋଟ ଗ୍ରହଣ ଦିନ ଅର୍ଥାତ୍‌ ନଭେମ୍ବର ୩ ତାରିଖରେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ମହାବିଦ୍ୟାଳୟ, ବିଦ୍ୟାଳୟ ଓ ଶିଳ୍ପାନୁଷ୍ଠାନ ଇତ୍ୟାଦି ସଂସ୍ଥା ବନ୍ଦ ରହିବ ଏବଂ ସମ୍ପୃକ୍ତ ଅନୁଷ୍ଠାନ ବା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନଙ୍କ ନିମନ୍ତେ ନଭେମ୍ବର ୩ ତାରିଖକୁ ସବୈତନିକ ଛୁଟି ରୂପେ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।

- Advertisement -

ଏତଦ୍‌ବ୍ୟତୀତ ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ୍‌ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କାର୍ଯ୍ୟରେ ଯେଉଁ କର୍ମଚାରୀମାନେ ୩ଦିନରୁ ଅଧିକ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବେ, ସେହି କର୍ମଚାରୀମାନଙ୍କ ନିମନ୍ତେ ଗୋଟିଏ ଦିନ ସ୍ବତନ୍ତ୍ର ଆକସ୍ମିକ ଛୁଟି ସେହି ବର୍ଷ ଦେବା ପାଇଁ ଅନୁମତି ଦିଆଯିବ। ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମ୍ପୃକ୍ତ କର୍ମଚାରୀମାନେ ମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ପ୍ରମାଣିତ ହେଲେ ସ୍ବତନ୍ତ୍ର ଆକସ୍ମିକ ଛୁଟି ନେଇପାରିବେ।

ସେହିପରି ବାଲେଶ୍ବର ଏବଂ ତିର୍ତ୍ତୋଲ୍‌ ନିର୍ବାଚନ ମଣ୍ଡଳୀର ଯେଉଁ ଭୋଟରମାନେ ନିର୍ବାଚନ ମଣ୍ଡଳୀ ବାହାରେ ଚାକିରି କରୁଛନ୍ତି ସେମାନେ ମଧ୍ୟ ଭୋଟ ଦେବା ପାଇଁ ଭୋଟ ଗ୍ରହଣ ଦିନ ଛୁଟି ନେଇପାରିବେ। ଏଥି ନିମନ୍ତେ ସମ୍ପୃକତ କର୍ମଚାରୀମାନେ ନିର୍ବାଚନ ଅନୁଷ୍ଠିତ ହେଉଥିବା ନିର୍ବାଚନ ମଣ୍ଡଳୀର ଭୋଟର ବୋଲି ପ୍ରମାଣିତ କରିବା ସହ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନେଇ ଭୋଟ ଦେଇପାରିବେ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories