www.samajalive.in
Sunday, December 7, 2025
18.1 C
Bhubaneswar

୨୭ପର୍ଯ୍ୟନ୍ତ ସଟଡାଉନକୁ ବିରୋଧ : ଦୋକାନ ଆଗରେ କଳାପତାକା ବାନ୍ଧି​‌ଲେ ବ୍ୟବସାୟୀ

 

କେଶଦୁରାପାଳ : ଆନନ୍ଦପୁର ପୌରାଞ୍ଚଳକୁ ଅଗଷ୍ଟ ୨୭ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ତେବେ ବ୍ୟବସାୟୀଙ୍କ ପକ୍ଷରୁ କଳା ପତାକା ବାନ୍ଧି ଏହାର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର ପୋୖରାଞ୍ଚଳକୁ ବାରମ୍ବାର ସଟଡାଉନ୍  କରାଯାଇଛି। ହେଲେ ଏପରି ହେବା ଦ୍ୱାରା,  କ୍ଷୁଦ୍ର ବ୍ୟବସାୟୀ ମାନେ ସବୁ ଥାଇ ମଧ୍ୟ ଭୋକ ଉପାସରେ ମରିବେ ବୋଲି  ଅଭିଯୋଗ କରିଛନ୍ତି।

- Advertisement -

ସୂଚନାରୁ ଜଣାଯାଏ କରୋନା ପଜିଟିଭ ସଂଖ୍ୟାରେ ବୃଦ୍ଧି ଯୋଗୁଁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର ପୋୖରାଞ୍ଚଳର ୧୬ଗୋଟି ୱାର୍ଡକୁ ଶୁକ୍ରବାରଠାରୁ ଅଗଷ୍ଟ ୨୭ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି । ଏହି ସଟଡାଉନ ସମୟରେ ଔଷଧ, ପେଟ୍ରୋଲ ପମ୍ପ, ଏଲପିଜି ଗ୍ୟାସ ଓ ଏଟିଏମ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶା ନାମା ଜାରି କରାଯାଇଛି। ଏହାକୁ ବିରୋଧ କରି ଶାଳପଡ଼ା, ଖପରଖାଇ, ବସଷ୍ଟାଣ୍ଡ, ଘଷିପୁରା, ଶୈଲଂଗ, ଫକୀରପୁର ସବୁଠି କଳା ପତାକା ଉଡିଛି। ପତାକା ବାନ୍ଧି ବ୍ୟବସାୟୀ ନିଜ କ୍ଷେଭ ପ୍ରକାଶ କରିଛନ୍ତି । ଯଦି ଏପରି ସଟଡାଉନ ଜାରି ରହେ ତେବେ କ୍ଷୁଦ୍ର ବ୍ୟବସାୟୀ ମାନେ ଭୋକ ଉପାସରେ ମରିବେ ଏଥିରେ ସଂଦେହ ନାହିଁ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories