ମହାରାଷ୍ଟ୍ର ଗୋଣ୍ଡିଆରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୯ ମୃତ, ୨୫ ଆହତ

ଡେସ୍କ: ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍ ଶୁକ୍ରବାର ଗୋଣ୍ଡିଆ ଜିଲ୍ଲାରେ ଓଲଟି ପଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ବସଟି ୩୬ ଜଣ ଯାତ୍ରୀଙ୍କୁ ନେଇ ଭଣ୍ଡାରାରୁ ଗଣ୍ଡିଆ ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଅପରାହ୍ନ ସାଢ଼େ ୧୨ଟା ବେଳେ ସଦାକାର୍ଜୁନି ତାଲୁକାରେ ଅବସ୍ଥିତ ଡାଭା ଗାଁରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଓ ଜିଲ୍ଲା ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ମହାରାଷ୍ଟ୍ରର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତଙ୍କ ଉପଯୁକ୍ତ ଚିକିତ୍ସା ସେବା ସୁନିଶ୍ଚିତ କରିବା ସହ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବା ସମ୍ଭାବନା ଥିବାରୁ ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ ବୋଲି ସେ ଗୋଣ୍ଡିଆ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ସମବେଦନା ଜଣାଇବା ସହ ଆବଶ୍ୟକ ପଡ଼ିଲେ ଆହତ ଯାତ୍ରୀମାନଙ୍କୁ ଅଧିକ ଚିକିତ୍ସା ପାଇଁ ନାଗପୁର ଆଣିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ରିଲିଫ୍ କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି।

Comments are closed.