ପୁଣି ଚର୍ଚ୍ଚାରେ ଡା.ରାମଚନ୍ଦାନୀଙ୍କ ଏକ ଟଙ୍କିକିଆ କ୍ଲିନିକର କୁମ୍ପି

ବୁର୍ଲା: ଭିମସାରର ସହକାରୀ ପ୍ରଫେସର ତଥା ସମାଜସେବୀ ଡା. ଶଙ୍କର ରାମଚନ୍ଦାନୀଙ୍କ ଏକ ଟଙ୍କିକିଆ କ୍ଲିନିକ ପୁଣି ଚର୍ଚ୍ଚାର ବିଷୟ ହୋଇଛି। ଏକ ଟଙ୍କିଆ କ୍ଲିନିକର ତିନୋଟି କୁମ୍ପି ୧ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। ସମ୍ବଲପୁରର ପିଣ୍ଟୁ ମିଶ୍ର ଗୋଟିଏ ଏକ ଟଙ୍କିକିଆ କ୍ଲିନିକର ଗୋଟିଏ କୁମ୍ପିକୁ ୪୦ ହଜାର ଟଙ୍କା, ବୌଦ୍ଧର ମଙ୍ଗଲୁ ନିଶଦ ୩୦ ହଜାର ଟଙ୍କା ଏବଂ ଅଶ୍ଵିନୀ ନାଥ ୩୦ ହଜାର ଟଙ୍କାରେ ନିଲାମ ମାଧ୍ୟମରେ ନେଇଥିଲେ। ଉକ୍ତ ରାଶିରେ ଇସିଜି ଏବଂ ଅନ୍ୟାନ୍ୟ ପରୀକ୍ଷା ଯନ୍ତ୍ରପାତି କିଣାଯାଇ ରୋଗୀ ସେବାରେ ଲାଗି ପାରିବ। ଏପରି ସହାୟତା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ବୋଲି ଡାକ୍ତର ରାମଚନ୍ଦାନୀ ପ୍ରକାଶ କରି ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ତେବେ ସୂଚନା ଥାଉ କି ଡା. ରାମଚନ୍ଦାନୀ ପୂର୍ବରୁ ମଧ୍ୟ ଏଭଳି ଅନେକ ଅସହାୟଙ୍କୁ ସାହାଯ୍ୟ ପ୍ରଦାନ କରି ଚର୍ଚ୍ଚାରେ ରହି ଆସିଛନ୍ତି। ଡାକ୍ତର ରାମଚନ୍ଦାନୀଙ୍କ ସହଯୋଗ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

prayash

୨୮ ଜାନୁଆରୀରେ ଶୁକ୍ର ଚଳନ ; କେଉଁ ରାଶି ଉପରେ ପଡିବ କି ପ୍ରଭାବ, ହେବ ବିବାହ, ମିଳିବ ହଠାତ୍‌ ଧନ..

 

kalyan agarbati

Comments are closed.