www.samajalive.in
Tuesday, December 9, 2025
26.1 C
Bhubaneswar

କୂଳ ଲଂଘିଲା ଗଙ୍ଗାହାର, ବୁଢ଼ାବଳଙ୍ଗ ସ୍ଥିର

ବଡ଼ସାହି: ଲଘୁଚାପ ଜନିତ ଉପର ମୁଣ୍ଡରେ ଭାରି ବର୍ଷା ଫଳରେ ଶୁକ୍ରବାର ବଡ଼ସାହି ବ୍ଲକ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀ କୂଳ ଳଂଘନ କରିଥିବା ବେଳେ ବୁଢ଼ାବଳଙ୍ଗ ନଦୀରେ ବନ୍ୟାଜଳ ସ୍ଥିର ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଗଙ୍ଗାହାର ନଦୀ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ୩ଦିନ ଧରି ପ୍ରବଳ ବର୍ଷା ପାଇଁ ଉଭୟ ନଦୀର ଜଳପତ୍ତନ ଦ୍ରୁତଗତିରେ ବଢ଼ିଥିଲା।

ଶୁକ୍ରବାର ସକାଳେ ଗଙ୍ଗାହାର ବନ୍ୟାଜଳ ତଳି ତଥା ଖାଲୁଆ ଅଞ୍ଚଳରେ ପ୍ରବେଶ କରିଥିଲା। ସନ୍ଧ୍ୟା ବେଳକୁ ଶାଳଗାଁ ଓ ମାନଗୋବିନ୍ଦପୁର ପଞ୍ଚାୟତର ୮ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛନ୍ତି। ଗ୍ରାମ୍ୟ ରାସ୍ତାଗୁଡ଼ିକ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି। ପାଳପାଟଣା, ନରଣଗାଁ, ଆଗ୍ରିଆ, ଡୁମୁରିଆ, ଭୁରୁଡ଼ିଆ ଓ କୁଞ୍ଚିବଣିଆ ଗ୍ରାମକୁ ରକ୍ଷା ଦେଉଥିବା ନଦୀବନ୍ଧ ଅନେକ ସ୍ଥାନରେ ଭାଙ୍ଗିବା ପରିସ୍ଥିତିରେ ରହିଛି। ଚେଙ୍ଗୁଆ, ମଙ୍ଗଳପୁର ଓ ଦାସିପୁର, ଉଞ୍ଚଡ଼ିହ ଗ୍ରାମର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ବନ୍ୟାଜଳ ସୋରିଷକୋଠା, ଶାଳଗାଁ, କୁଞ୍ଚିବଣିଆ ଗ୍ରାମ ରାସ୍ତା ଉପରେ ପ୍ରବାହିତ ହେଉଛି। ସେହିପରି ବୈଶିଙ୍ଗା-ଉଦଳା ବଡ଼ସାହି-କୁଆମରା, ବଡ଼ସାହି-ଉଦଳା ରାସ୍ତାର ପୋଲ ଉପରେ ୨ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି।

- Advertisement -

ଅନେକ ଧାନ ଜମି ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହୋଇଛି। ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବୁଢ଼ାବଳଙ୍ଗ ନଦୀରେ ଗୁରୁବାର ଦ୍ରୁତଗତିରେ ବନ୍ୟାଜଳ ବୃଦ୍ଧିପାଉଥିବାରୁ ନଦୀ ସଂଲଗ୍ନ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିଲେ। ତେବେ ଶୁକ୍ରବାର ବର୍ଷା ଧମିଥିବାରୁ ବନ୍ୟାଜଳ ସ୍ଥିର ରହିଛି। ବିଡ଼ିଓ କରୁଣଶକର ଧିନ୍ଦା କର୍ମଚାରୀଙ୍କ ସହିତ ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି। ଏଭଳି ପରିସ୍ଥିତି ପାଇଁ ଗଣେଶ ପୂଜା ମାହଲ ଫିକା ପଡ଼ିଛି। ଗଙ୍ଗାହାର ନଦୀର ବିପଦ ସଙ୍କେତ ଜାଣିବା ପାଇଁ ଦେଉଳିଆ ପୋଲରେ ମାପକ ଚିହ୍ନ ଅଙ୍କିତ ପାଇଁ ବ୍ଲକ ବିଜେଡ଼ି ଯୁବ ସଭାପତି ନିହାର ରଞ୍ଜନ ମହାପାତ୍ର ଦାବି କରିଛନ୍ତି। ନଦୀ ସଂଲଗ୍ନ ଗ୍ରାମବାସୀଙ୍କୁ ବନ୍ୟା ପୂର୍ବର ସତର୍କତା ଜଣାଇବା ପାଇଁ ଏହା ଗୁରୁତ୍ୱ ବହନ କରିବ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories