www.samajalive.in
Saturday, December 13, 2025
26.1 C
Bhubaneswar

ଆଜିଠାରୁ ବଜେଟ ପ୍ରସ୍ତୁତି ପ୍ରକ୍ରିୟା

ନୂଆଦିଲ୍ଲୀ : ଆଜିଠାରୁ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାରଙ୍କର ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ଦେଶର ଆର୍ଥିକ ଅଭିବୃଦ୍ଧି ଧାରା ପୂର୍ବସ୍ଥିତିକୁ ଫେରାଇ ଆଣିବା ଏବଂ ବିଶ୍ୱସ୍ତରରେ ଅନିଶ୍ଚିତ ଆର୍ଥିକ ଅବସ୍ଥା ପରିପ୍ରେକ୍ଷୀରେ ତାହାର କିଭଳି ମୁକାବିଲା କରାଯିବ, ତାହା ଉପରେ ମୁଖ୍ୟତଃ ଦୃଷ୍ଟି ଦିଆଯିବ ବୋଲି ଜଣାଯାଇଛି। ପ୍ରାରମ୍ଭରେ ବିଭିନ୍ନ ମନ୍ତ୍ରଣାଳୟ ଓ ସରକାରୀ ବିଭାଗଗୁଡିକ ସହିତ ଚଳିତ ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ବ୍ୟୟ ଅଟକଳ ଏବଂ ୨୦୨୩-୨୪ ବର୍ଷ ନିମନ୍ତେ ପାଣ୍ଡି ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯିବ।
ସୋମବାର ପ୍ରଥମ ଦିବସରେ ବ୍ୟୟ ସମ୍ପର୍କିତ ସଂଶୋଧିତ ଅଟକଳ ବାବଦରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିୟୋଜନ, ସୂଚନା ଓ ପ୍ରସାରଣ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ଆଦି ମନ୍ତ୍ରଣାଳୟ ସହିତ ଆଲୋଚନା କରାଯିବ। ମାସେବ୍ୟାପୀ ଚାଲିବାକୁ ଥିବା ଏହି ଆଲୋଚନା ନଭେମ୍ବର ୧୦ରେ ଶେଷ ହେବ। ସମନ୍ୱୟ, କୃଷି ଓ କୃଷକ କଲ୍ୟାଣ, କୃଷି ଗବେଷଣା ଓ ଶିକ୍ଷା ଆଦି ବିଭାଗ, ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ରେଳବାଇ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟ ଆଦି ସହିତ ଏହି ଅବସରରେ ଆଲୋଚନା କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟର ବଜେଟ ପ୍ରସ୍ତୁତି ପ୍ରଭାବ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ପ୍ରାଥମିକ ବଜେଟ ଅଟକଳ ପ୍ରାକ୍‍ ବଜେଟ ବୈଠକ ପରେ ଚୂଡାନ୍ତ କରାଯିବ। ଏହା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରର ଦ୍ୱିତୀୟ ପାଳିର ପଞ୍ଚମ ତଥା ଶେଷ ବଜେଟ ହେବ। ନିର୍ବାଚନ ବର୍ଷରେ ସରକାର ସରକାର ସାଧାରଣତଃ ସୀମିତ ସମୟ ନିମନ୍ତେ କାମଚଳା ବଜେଟ ଆଗତ କରିଥାନ୍ତି। ଆସନ୍ତା ବର୍ଷ ଫେବୃଆରୀରେ ବଜେଟ ଉପସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଫେବୃଆରୀ ଶେଷଭାଗରେ ବଜେଟ ଉପସ୍ଥାପନ କରାଯାଉଥିବାବେଳେ ମୋଦୀ ସରକାର ସେହି ପରମ୍ପରାକୁ ଭାଙ୍ଗି ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories