ବୃଦ୍ଧାଶ୍ରମରେ ଶୀତବସ୍ତ୍ର ବଣ୍ଟନ
ଗୁରୁଡିଝାଟିଆ : ପ୍ରଗତି ସ୍ୱେସ୍ଥାସେବୀ ସଂଗଠନ କୁମାରପୁର ପକ୍ଷରୁ ବୃଦ୍ଧାଶ୍ରମରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ମଙ୍ଗଳପୁର ସ୍ଥିତ ସ୍ୱପ୍ନ ମହଲ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ କମ୍ବଳ ପ୍ରଦାନ କରାଯାଇଛି । ବୃଦ୍ଧାଶ୍ରମର ସଭାପତି ସୁଧାଂଶୁ ପାତ୍ରଙ୍କ ପ୍ରତ୍ୟେକ୍ଷ ଉପସ୍ଥିତରେ ପ୍ରଗତି ସ୍ୱେସ୍ଥାସେବୀ ସଂଗଠନର ସଭାପତି ଜୀବନ ମହାପାତ୍ର, ସଂପାଦକ ଚିତ୍ତରଞ୍ଜନ ସାମଲ, ଶରଣ ସାହୁ, ଅସୀତ ବେଉରା, ଚୌଧୁରୀ ତାପସ ସାହୁ, ରାଜକିଶୋର ସାହୁ, ହେମକାନ୍ତ ରାଉତ, ସୁକାନ୍ତ ବେହେରା, ବିଜୟ କୁମାର ଥାଟୋଇ, ଜନ୍ମେଜୟ ବେହେରା, କୁନାଳ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଦୁର୍ଯ୍ୟୋଧନ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର ସହିତ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।
Comments are closed.