www.samajalive.in
Monday, December 8, 2025
16.1 C
Bhubaneswar

୫୫ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ: ୩ ଗିରଫ 

ଭୁବନେଶ୍ବର: କମିସନରେଟ ପୁଲିସର ସ୍ବତନ୍ତ୍ର ଅପରାଧ ଶାଖା(ଏସ୍‌ସିୟୁ)ଜଟଣୀ ଥାନା ହରିରାଜପୁର ଛକରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖୋର୍ଦ୍ଧାର ଅନିତା ପରମଗୁରୁ ଓରଫ ଲିନା, ପୁରୀ ନିମାପଡ଼ାର ରାଜେନ୍ଦ୍ର କୁମାର ସାହୁ ଓରଫ ରାଜା ଓ ଶିବପ୍ରସାଦ ଦାଶ ଓରଫ ସାନୁ। ସେମାନଙ୍କଠାରୁ ୫୫୫ ଗ୍ରାମ୍‌ର ବ୍ରାଉନସୁଗର, ଦୁଇଟି କାର୍, ନଗଦ ୫ଲକ୍ଷ ୧୦ହଜାର ଟଙ୍କା, ସୁନା ଓ ରୁପା ଅଳଙ୍କାର ଏବଂ ୫ଟି ଫୋନ୍‌ ଜବତ କରାଯାଇଛି ବୋଲି ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଲିନା ବ୍ରାଉନସୁଗର ବେପାର କରି କୋଟିପତି ହୋଇଥିବା ଜଣାପଡ଼ିଛି। ଖୋର୍ଦ୍ଧାରେ ଘର ସହ ବେଆଇନ୍‌ ସମ୍ପତ୍ତି ରହିଛି। ନିକଟରେ ସେ ୫୦ଲକ୍ଷ ଟଙ୍କାର ସୁନାଗହଣା କିଣିଥିବା ରସିଦ୍‌ ବି ତଦନ୍ତକାରୀ ଦଳ ଠାବ କରିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା ସହ ଆର୍ଥିକ କାରବାର ଖୋଳତାଡ଼ କରାଯିବ ବୋଲି ପୁଲିସ ଆୟୁକ୍ତ ଶ୍ରୀ ସିଂ କହିଛନ୍ତି।

- Advertisement -

ନେପାଳର ବ୍ରାଉନସୁଗର ମାଫିଆଙ୍କ ସହ ଲିନାଙ୍କ ସିଧାସଳଖ ସମ୍ପୃକ୍ତି ରହୁଥିଲା। ସେ ଅନ୍‌ଲାଇନ୍‌ରେ ଟଙ୍କା ପଠାଇବା ପରେ କୋରିଅରରେ ବ୍ରାଉନସୁଗର ଆସୁଥିଲା। ନେପାଳରୁ ଭାୟା କଲକାତାର ମୁର୍ସିଦାବାଦ ପହଞ୍ଚୁଥିଲା ବ୍ରାଉନସୁଗର। ସେଠାରୁ କୋରିଅରରେ ଭର୍ତ୍ତି କରାଯାଇ ଫୁଲବାଣୀ କିମ୍ବା ବ୍ରହ୍ମପୁର ଚଳାଚଳ କରୁଥିବା ରାତି ବସ୍‌ରେ ପଠା ଯାଉଥିଲା। ବ୍ରାଉନସୁଗର ଆସୁଥିବା ବସ୍‌ରେ କେହି ଆସୁନଥିଲେ। ବରମୁଣ୍ଡା ଓଭରବ୍ରିଜ ନିକଟରେ ବସ୍ କର୍ମଚାରୀ କୋରିୟର ଭର୍ତ୍ତି ବ୍ୟାଗ୍‌କୁ ରାସ୍ତାକଡ଼ରେ ରଖି ପଳାଉଥିଲେ। ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଲିନାଙ୍କ ସହଯୋଗୀମାନେ କିଛି ସମୟ ଅପେକ୍ଷା କରିବା ପରେ ବ୍ୟାଗ୍‌ ନେଇ ଖୋର୍ଦ୍ଧା ପଳାଉଥିଲେ। ଗତ ୩ରୁ ୪ବର୍ଷ ହେବ ଲିନାଙ୍କ ସମେତ ତାଙ୍କ ପରିବାର ଓ ସହଯୋଗୀ ବ୍ରାଉନସୁଗର କାରବାର କରୁଥିଲେ। ଖୋର୍ଦ୍ଧା, ଭୁବନେଶ୍ବର, ବ୍ରହ୍ମପୁର, କଟକ ଓ ନୟାଗଡ଼ ଆଦି ସ୍ଥାନରେ ଲିନା ବ୍ରାଉନସୁଗର କାରବାର ଚଳାଉଥିଲା। କିଛି ଦିନ ହେବ ଏସ୍‌ସିୟୁ ଦଳ ତାଙ୍କୁ ପିଛା କରିଥିଲା। କୋଡ୍ ୱାର୍ଡରେ ଡିଲ୍‌ କରୁଥିବାରୁ ସେମାନଙ୍କୁ ଠାବ କରିବା ପୁଲିସ ଲାଗି ସମସ୍ୟା ହେଉଥିଲା। ଗୁରୁବାର ହରିରାଜପୁର ଛକ ପେଟ୍ରୋଲ ପମ୍ପ ନିକଟରେ ବଡ଼ଧରଣ ବ୍ରାଉନସୁଗର ଡିଲ୍‌ ଚାଲିଥିବା ସମୟରେ ଏସ୍‌ସିୟୁ ଡିସିପି ଅନୁପ କାନୁନ୍‌ଗୋ ଖବର ପାଇ ସେଠାରେ ଚଢ଼ଉ କରି ଲିନା ସମେତ ତାଙ୍କର ଦୁଇ ସହଯୋଗୀ ରାଜା ଓ ସାନୁକୁ କାବୁ କରିଥିଲେ। ସେଠାରୁ ଦୁଇଟି କାର୍‌, ୫୫୫ ଗ୍ରାମର ବ୍ରାଉନସୁଗର ଓ ନଗଦ ୫ଲକ୍ଷ ଟଙ୍କା ମିଳିଥିଲା। ଲିନାଙ୍କ ସ୍ବପ୍ନେଶ୍ବର ସାହିସ୍ଥିତ ଘରେ ଯାଞ୍ଚ କରିବା ପରେ ୬ଟି ସୁନା ଚୁଡ଼ି, ୩ଟି ସୁନାହାର ଓ ଚେନ, ୬ଟି ମୁଦି, କାନଫୁଲ ସହ ରୁପା ଅଳଙ୍କାର ଠାବ କରାଯାଇଛି। ଲିନା ନାମରେ ଖୋର୍ଦ୍ଧା ଟାଉନ ଥାନା ଓ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଦୁଇଟି ମାମଲା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories