
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ସିନେଟ୍ ହଲ ଠାରେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣିଙ୍କ ଅଧ୍ୟକ୍ଷତାରେ ଜାତୀୟ ସେବା ଯୋଜନା, ଆଇଆରଏଣ୍ଡପିଏମ୍ , ଏଲଏଲଏମ୍ ଓ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓକିଲ ସଂଘର ପୂର୍ବତନ ସଭାପତି ତଥା ସରକାରୀ ପି ପି ପି. ଏନ୍.ପାତ୍ର ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର୍ ବିଷ୍ଣୁ ଚରଣ ଚୌଧୁରୀ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଏନ୍.ସି.ପଟନାୟକ ମଞ୍ଚାସୀନ ଥିଲେ।
ଏହି ଅବସରରେ ବକ୍ତା ପ୍ରଫେସର୍ ଚୌଧୁରୀ ସମ୍ବିଧାନ ଦିବସ ର କର୍ତ୍ତବ୍ୟ ଓ ପାଳନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବତ୍କୃତା, ରଙ୍ଗୋଲି, କୁଇଜ୍, ସଙ୍ଗୀତ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ସଭା ପରିଚାଳନା କରିଥିବା ବେଳେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଏନ୍.ସି.ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଏନ୍ ଏନ୍ ଏସ ର କୋଡନେଟର ଡ଼ଃ.ଧୃବ ଚରଣ ପଣ୍ଡା, ପ୍ରୋଗ୍ରାମ ଅଫିସର ସମୀର ଭୋଇ, ପ୍ରଫେସର୍ ବିଭୂତି ଭୂଷଣ ମହାପାତ୍ର, ଇତିଶ୍ରୀ ଗୀତା ରାଣୀ, ଶକ୍ତି ରଞ୍ଜନ ଦାସ, ଚିତ୍ତ ରଞ୍ଜନ ଗୋଗେଇ, ଡଃ.ଶ୍ରୀନିବାସ ରାଓଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା,ଗବେଷକ, ଗବେଷିକା, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
Comments are closed.