www.samajalive.in
Monday, December 8, 2025
14.1 C
Bhubaneswar

ଟ୍ବେଣ୍ଟି-୨୦ରେ ମଧ୍ୟ ଦ୍ୱିଶତକ କରିବାରେ ସମର୍ଥ ରୋହିତ : ବ୍ରାଡ ହଗ୍

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ବ୍ରାଡ ହଗ୍ ବିଶ୍ବାରସର ସହ କହିଛନ୍ତିନ୍ତି ଯେ, ’ହିଟମ୍ୟାନ୍’ ଭାବରେ ଜଣାଶୁଣା ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ହେଉଛନ୍ତି ଏକମାତ୍ର କ୍ରିକେଟର ଯିଏ କି ଟି -୨୦ ଫର୍ମାଟରେ ମଧ୍ୟ ଦ୍ୱିଶତକ ହାସଲ କରିପାରିବେ।
ହଗ୍ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ କହିଛନ୍ତି, ’ବର୍ତ୍ତମାନ ରୋହିତ ଶର୍ମା ହିଁ ଏକମାତ୍ର ଖେଳାଳି ଯିଏ କି ଟ୍ବେଣ୍ଟି-୨୦ରେ ମଧ୍ୟ ଦ୍ୱିଶତକ କରିବାରେ ସକ୍ଷମ ବୋଲି ଭାବୁଛି। ତାଙ୍କର ଭଲ ଷ୍ଟ୍ରାଇକ୍ ରେଟ୍ ରହିଛି। ପଡ଼ିଆର ପ୍ରତ୍ୟେକ ପାର୍ଶ୍ୱରେ ଛକା ମାରିବା ପାଇଁ ରୋହିତ ସମର୍ଥ ଅଟନ୍ତି।
ଉଲ୍ଲେଖ ଯୋଗ୍ୟ, ଏପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍ ଟ୍ବେଣ୍ଟି-୨୦ କ୍ରିକେଟରେ ଦ୍ୱିଶତକ ହାସଲ କରିନାହାଁନ୍ତି। ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଟ୍ବେଣ୍ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ସେ ୨୦୧୮ରେ ଜିମ୍ବାୱେ ବିପକ୍ଷରେ ୭୬ ବଲରେ ୧୭୨ ରନ୍ ସ୍କୋର କରିଥିଲେ।
୨୦୦୭ରେ ଡର୍ବାନରେ ଇଂଲଣ୍ଡ ବିପକ୍ଷରେ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ରୋହିତ ୯୪ଟି ଟ୍ବେଣ୍ଟି ମ୍ୟାଚ ଖେଳି ୩୨.୩୭ ଆଭରେଜ୍ ଏବଂ ୧୩୭.୬୮ଷ୍ଟ୍ରାଇକ୍ ରେଟରେ ୨୩୩୧ ରନ୍ ସଂଗ୍ରହ କରିଛନ୍ତି। ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ରୋହିତଙ୍କର ଚାରିଟି ଶତକ ଏବଂ ୧୬ଟି ଅର୍ଦ୍ଧଶତକ ସାମିଲ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories