www.samajalive.in
Sunday, December 7, 2025
18.1 C
Bhubaneswar

ବୌଦ୍ଧରେ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ଜିଲା ପୁଲିସ ଓ ୫ମ ଆଇଆରବି ବାଟାଲିୟନ ପକ୍ଷରୁ ମିଳିତ ଭାବେ ୮୭ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବଲାସିଙ୍ଗା ସ୍ଥିତ ୫ମ ଆଇଆରବି ବାଟାଲିୟନ ପଡିଆ ଠାରେ ଏହି ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି ଯୋଗଦେଇ ଉଭୟ ବାହିନୀ ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଓଡିଶା ପୁଲିସ ତାର କର୍ତ୍ତବ୍ୟ ଓ କାର୍ଯ୍ୟ ଦକ୍ଷତା ସବୁ ସମୟରେ ପ୍ରତିପାଦନ କରିଆସିଛି । କୋଭିଡ ଭଳି ମହାମାରୀ ସମୟରେ ଜବାନ ମାନଙ୍କର ଶୃଙ୍ଖଳିତ କାର୍ଯ୍ୟ ସାରା ରାଜ୍ୟରେ ପ୍ରଶଂସନୀୟ ହୋଇପାରିଛି ।

ଆମେ ମାତୃଭୂମିର ସୁରକ୍ଷା ପାଇଁ ଏଭଳି ଆଗକୁ ମଧ୍ୟ ନିଷ୍ଠାର ସହ କାର୍ଯ୍ୟ କରିଚାଲିବା ବୋଲି ଏସପି ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହାପରେ ଏହି ଦିବସ ଅବସରରେ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତା ଏସ.ପି ପାଠ କରିଥିଲେ । ଏହି ଅବସରରେ ଜିଲ୍ଲା ପୁଲିସ ବାହିନୀର ଏସ୍‌.ଆଇ ବାଲ୍ମିକୀ ପ୍ରଧାନ, ଏ.ଏସ୍‌.ଆଇ ନିକୁଞ୍ଜ ବନ ବାଗ, ହାବିଲଦାର ସୁଶାନ୍ତ ବରାଳ, କନେଷ୍ଟବଳ ଇନ୍ଦ୍ରଜିତ ପ୍ରଧାନ, ପଙ୍କଜ କୁମାର ସାହୁଙ୍କୁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏଥିସହ ରିଜର୍ଭ ବାଟାଲିଅନର ଏସ.ଆଇ ସୁରେନ୍ଦ୍ର ଲାକ୍ରା, ଏ.ଏସ.ଆଇ ପ୍ରେମ ବାହାଦୁର ଥାପା, ହାବିଲଦାର ରଶ୍ମି ରଂଜନ ପ୍ରହରାଜ, କନେଷ୍ଟବଳ ପ୍ରିୟବ୍ରତ ଭଦ୍ରାଙ୍କୁ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସମ୍ମାନିତ କରାଯାଇଥିଲା ।

- Advertisement -

ରିଜର୍ଭ ଇନିସ୍ପେକ୍ଟର ମଧୁସୁଦନ ମହାପାତ୍ର ଏହି ସମ୍ମିଳିତ ପରେଡକୁ ପରିଚାଳନା କରିଥିବାବେଳେ ସର୍ଜେଣ୍ଟ ଦୁଷମନ୍ତ ସାହୁ ସହଯୋଗ କରିଥିଲେ । ଆସିଷ୍ଟାଣ୍ଡ୍ କମାଣ୍ଡେଣ୍ଟ ଲଳିତ କୁମାର ବାଘ ମଂଚ ପରିଚାଳନା କରିଥିଲେ । ଅତିରିକ୍ତ ଏସପି ରବୀନ୍ଦ୍ର କୁମାର ରାଉତ, ଏସ.ଡି.ପି.ଓ ଆନନ୍ଦ ବର୍ଦ୍ଧନ ଗୁରୁ,  ଡି.ଏସ.ପି ଧିରେନ କୁମାର ସ୍ୱାଇଁ, ସାଲେଷ୍ଟିନ ଟିଗା, ଦେବାଶିଷ ଧଳ, ଆଇଆରବି ଡେପୁଟି କମାଣ୍ଡେଣ୍ଟ୍ ଏଲ.ଡି. ମହାରଣା, ଗୋପବନ୍ଧୁ ତ୍ରିପାଠୀ, ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାୟକ, ଜିଲା ହାବିଳଦାର ଓ କନେଷ୍ଟବଳ ସଂଘର ସଭାପତି ବୁଲୁ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଜବାନମାନଙ୍କୁ ଉତ୍ସାହିତ କରିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories