ବୌଦ୍ଧ: ବୌଦ୍ଧଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୌଦ୍ଧ ଜିଲା ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ଏକ ରାଷ୍ଟ୍ରୀୟ ଲୋକଅଦାଲତ ଆୟୋଜିତ ହୋଇଯାଇଛି । ଜିଲା ଓ ଦୌରା ଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଲୋକ ଅଦାଲତରେ ସର୍ବମୋଟ ୪୯ଟି ବିଚାରାଧୀନ କେସ ଯଥା ମୋଟର ଦୁର୍ଘଟଣା ଜନିତ ମୋକଦ୍ଦମା,ପାରିବାରିକ ମାମଲା,ଦେବାନୀ ମୋକଦ୍ଦମା,ଏନଆଇ ଆକ୍ଟ,କ୍ରିମିନାଲ କମ୍ପାଉଣ୍ଡେବୁଲ, ମନି ରିକଭରୀ ଏବଂ ୫ଟି ମୋକଦ୍ଦମା ଫଇସଲା କରାଯାଇ ମୋଟ ୪୯,୯୨,୧୧୭ ଟଙ୍କା ଆଦାୟ କରାଯାଇଥିଲା । ଏଥିରେ ପରିବାର ଅଦାଲତ ବିଚାରପତି ପ୍ରସନ୍ନ କୁମାର କର୍ଣ୍ଣ,ଅତିରିକ୍ତ ଜିଲା ଓ ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣା,ମୁଖ୍ୟ ଦଣ୍ଡାଧୀଶ ଅଧିକାରୀ ହୃଷିକେଶ ଆଚାର୍ଯ୍ୟ,ରେଜିଷ୍ଟ୍ରାର ଦେୱାନୀ ଅଦାଲତ ସୁଚିତ୍ରା ପରମଗୁରୁ, ବରିଷ୍ଠ ଦେବାନୀ ଅଦାଲତର ବିଚାରପତି ଶଶିରେଖା ମିଶ୍ର, ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଚରଣଜିତ ଓରାମ, ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ସୁମିତ୍ରା ସାହୁ ଓ ବରିଷ୍ଠ ଆଇନଜିବୀମାନେ ଯୋଗଦେଇଥିଲେ ।



