ବୌଦ୍ଧ: ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ବିଶ୍ୱନାଥ ମିଶ୍ର ଡାକ ଟିକଟ ସଂଗ୍ରହ କ୍ଷେତ୍ରରେ ଅନ୍ତଃରାଷ୍ଟ୍ରୀୟ ସମ୍ମାନର ଅଧିକାରୀ ହୋଇ ବୌଦ୍ଧ ଜିଲ୍ଲାର ଗୌରବ ବଢ଼ାଇ ପାରିଛନ୍ତି । ତାଙ୍କୁ ସୋମବାର ଜଗନ୍ନାଥ ମନ୍ଦିରରେ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ମାମ୍ମାନିତ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଶ୍ୱହିନ୍ଦୁ ପରିଷଦର ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ, ପଶ୍ଚିମ ଓଡିଶା, ସନ୍ଥ ସୁଦର୍ଶନ ଦାଶ ମହୋଦୟ ଯୋଗଦେଇ ଆଜିର କଳୁଷିତ ସମାଜରେ ବ୍ରାହ୍ମଣ ସମାଜର କର୍ତ୍ତବ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସମାଜର ସମ୍ପାଦକ ଦେବାଶିଷ ପୁରୋହିତ କର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଭାପତି ଗୁରୁପ୍ରସାଦ ଦାଶ ମଞ୍ଚାସିନ ହୋଇ ସଭାପତିତ୍ୱ କରିଥିଲେ, ଏଥିରେ ସମସ୍ତ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ସହଯୋଗ କରିଥିଲେ ।
Popular Categories



