ବୌଦ୍ଧ ଜିଲା ଓକିଲ ସଂଘ ନିର୍ବାଚନ : ତାରେଣି ସଭାପତି, ଅଶୋକ ସଂପାଦକ
ବୌଦ୍ଧ : ରାଜ୍ୟ ବାର କାଉନସିଲ ନିର୍ଦ୍ଦେଶ ମୁତବାକ ବୌଦ୍ଧଜିଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ଯୋଗେଶ ପ୍ରସାଦ ନାୟକଙ୍କ ଦ୍ୱାରା ପରିଚାଳିତ ନିର୍ବାଚନୀ ପ୍ରକ୍ରିୟାରେ ବରିଷ୍ଠ ଅଧିବକ୍ତା ତାରେଣି ମହାପାତ୍ର ଓ ଅଶୋକ କୁମାର ସାହୁଙ୍କୁ ପୁଣିଥରେ ଜିଲା ଓକିଲ ସଂଘର ସଭାପତି ଓ ସଂପାଦକ ଭାବରେ ନିର୍ବାଚିତ କରାଯାଇଛି । ଏଥି ସହିତ ଉପସଭାପତି ଭାବରେ ବିଶ୍ୱଜିତ ମିଶ୍ର ,ସହ ସଂପାଦକ ଧବଳେଶ୍ୱର ମନହୀରା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାରଣା ଓ ଲାଇବ୍ରେରିଆନ ଭାବରେ ଅମ୍ରିତ କୁମାର ପ୍ରଧାନଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ବରିଷ୍ଠ ଆଇନଜିବୀ ନାରାୟଣ ପ୍ରସାଦ ପରିଜା, ସୁଧିର କୁମାର କର୍ଣ୍ଣ, ନଳିନୀ କୁମାର କର୍ଣ୍ଣ, ଓମ୍ ପ୍ରକାଶ ମିଶ୍ର, ସୂର୍ଯ୍ୟନାରାୟଣ ମହାପାତ୍ର, ଅଶୋକ କୁମାର ସାହୁ, ଜ୍ଞାନରଞ୍ଜନ ପଟ୍ଟନାୟକ, ଦେବ ରଞ୍ଜନ ବିଶି, ଦେବାଶିଷ ମହାପାତ୍ର ଓ ଅଙ୍କିତା ଶତପଥୀଙ୍କୁ ନିର୍ବାଚିତ କରାଯାଇଥିବା ଜଣାଯାଇଛି।
Comments are closed.