BSKY banner  750×100

ବାଇକକୁ ଧକ୍କା ଦେଲା ବୋଲେରୋ: ବାଇକ ଆରୋହୀ ମୃତ , ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

nua o banner

ବୌଦ୍ଧ:ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତଗର୍ତ୍ତ ଗାନ୍ଧୀନଗର ନିକଟରେ ଏକ ବୋଲେରୋ ବାଇକକୁ ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଏହାପରେ ଉତ୍ୟକ୍ତ ଲୋକେ ରାସ୍ତା ରୋକ କରିଥିଲେ।

ରାଧାନଗର ଗ୍ରାମର ନାରାୟଣ ମେହେର ନିଜ ଦୋକାନ ପାଇଁ ସଉଦା କରି ବୌଦ୍ଧରୁ ବାଇକ ଯୋଗେ ଫେରୁଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ ନାରାୟଣ ଛିଟିକି ପଡ଼ିଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଉତ୍ୟକ୍ତ ଲୋକ ଜାତୀୟ ରାଜପଥ ଅବରୋଧ ହୋଇଥିବା ବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।

ଉକ୍ତ ବୋଲେରୋ ଗାଡିଟି ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ହୋଇଥିବାବେଳେ ଲୋକେ ଡ୍ରାଇଭରଙ୍କୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମାବସୀମାନେ ଦାବି କରିଥିବା ଜଣାଯାଇଛି। ତେବେ ପୁଲିସ ପକ୍ଷରୁ ବୁଝାଶୁଝା ପରେ ରାସ୍ତାରୋକ ହଟିଥିବା ଜଣାଯାଇଛି।

Comments are closed.