ବୌଦ୍ଧରେ ଜାତୀୟ ପ୍ରେସ ଦିବସ ପାଳିତ, ସମ୍ବର୍ଦ୍ଧିତ ହେଲେ ୬ ଜଣ ସାମ୍ବାଦିକ

ବୌଦ୍ଧ: ବୌଦ୍ଧ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟଠାରେ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ସଭାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଅଧ୍ୟକ୍ଷତା କରି ଜାତୀୟ ପ୍ରେସ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଆୟୋଜିତ ସଭାରେ ଅତିଥି ଭାବରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ କୁମାର ରଥ, ବୌଦ୍ଧ ପଞ୍ଚାୟତ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ବରିଷ୍ଠ ସାମ୍ବାଦିକ ବନମାଳୀ ପାଣିଗ୍ରାହୀ, ରଜନୀକାନ୍ତ ଦାଶ, ରବୀନ୍ଦ୍ର କୁମାର ରାଉତ, ଦେବାଶିଷ ପୁରୋହିତ, ସାହିତ୍ୟିକ ରମେଶ କୁମାର ମେହେର ଓ ନିଳଲୋହୀତ ମହାପାତ୍ର ପ୍ରମୁଖ ଯୋଗଦେଇ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସାମ୍ବାଦିକ ବୈଦ୍ୟନାଥ ହୋତା, ସମରେଶ ମିଶ୍ର, ରଘୁନାଥ ଷଡଙ୍ଗୀ, କମ୍ବୁଧର କ୍ଷେତି, ଦିବ୍ୟରଞ୍ଜନ ପଟ୍ଟନାୟକ ଓ ଜୟ କୁମାର ମହାରଣାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କଣ୍ଟାମାଳର ପ୍ରଜ୍ଞା ପାରମିତା ପାଢି ଓ ଶିକ୍ଷକ ପ୍ରଦିପ କୁମାର ସାହୁ ଗଣମାଧ୍ୟମର କାର୍ଯ୍ୟାଳବୀକୁ ନେଇ ସ୍ୱରଚିତ କବିତା ପାଠ କରିଥିଲେ। ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଆୟୋଜିତ କନିଷ୍ଠ ବର୍ଗର ବକ୍ତୃତା ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ବିଦ୍ୟାଳୟର ଆର୍ଯ୍ୟନାରାୟଣ ଦେଓ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମନୀଷାରାଣୀ ପୁରୋହିତ, ସେଣ୍ଟ ଜାଭିୟର ବିଦ୍ୟାଳୟର ଆରତି ପ୍ରଧାନ ପୁରସ୍କୃତ ହୋଇଥିବାବେଳେ କନିଷ୍ଠବର୍ଗ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରୟାସ ପ୍ରତୀକ ପାଣିଗ୍ରାହୀ, ସଂତୃପ୍ତି ସାହୁ ଓ ସଂଜିତା ସାହୁ ପୁରସ୍କୃତ ହୋଇଥିଲେ। ସେହିପରି ବରିଷ୍ଠ ବର୍ଗ ଓଡ଼ିଆ ବକ୍ତୃତା ପ୍ରିଯୋଗିତାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଏଲ.ରାହୁଲ ରାଓ, ବର୍ଷାରାଣୀ ମେହେର ଏବଂ ଶ୍ରଦ୍ଧାଞ୍ଜଳୀ ସାହୁ ପୁରସ୍କୃତ ହୋଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ସ୍ୱଳ୍ପ ସଂଚୟ ଅଧିକାରୀ ବିରଞ୍ଚି ଧରୁଆ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.