www.samajalive.in
Sunday, December 7, 2025
26.1 C
Bhubaneswar

ବୌଦ୍ଧରେ କଂଗ୍ରେସ ପକ୍ଷରୁ ସ୍ୱାଧିନତାର ଗୌରବ ଯାତ୍ରା

ବୌଦ୍ଧ: ବୌଦ୍ଧ ଜିଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଦିନ କ୍ରାନ୍ତି ଦିବସ ଠାରୁ ସ୍ୱାଧିନତାର ଗୌରବ ଯାତ୍ରା ଆରମ୍ଭ ହୋଇଛି। ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଦଳ ପକ୍ଷରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ବୌଦ୍ଧ ସହର ସ୍ଥିତ ହାତୀଶାଳ ଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟରେ ଦେଶର ସ୍ୱାଧିନତା ସଂଗ୍ରାମରେ ସାମିଲ ହୋଇଥିବା ମହାପୁରୁଷମାନଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କଂଗ୍ରେସ ପକ୍ଷରୁ ଏହି ଗୌରବ ଯାତ୍ରା ଆରମ୍ଭ କରାଯାଇଛି। କଂଗ୍ରେସର ବୌଦ୍ଧ ଜିଲା ପର୍ଯ୍ୟବେକ୍ଷକ ତଥା ପୁର୍ବତନ ବିଧାୟକ ବିନୋଦ ପାତ୍ର ମଧ୍ୟ ଏହି ଯାତ୍ରାରେ ଯୋଗଦେଇଥିଲେ। ପ୍ରତିକୂଳ ପାଣିପାଗ ଓ ପ୍ରବଳ ବର୍ଷା ସତ୍ୱେ ମଙ୍ଗଳବାର ଦିନ ଆରମ୍ଭ ହୋଇଥିବା ଏହି ଯାତ୍ରା ଜିଲାର ହରଭଙ୍ଗା ବ୍ଲକର ସରସରା ଗ୍ରାମପଞ୍ଚାୟତର ବଘାରପାଲି ଶିବ ମନ୍ଦିର ଠାରୁ ଆରମ୍ଭ ହୋଇ ଧଳପୁର, ହରଭଙ୍ଗା, ଛତରଙ୍ଗ, ଚାରିଛକ, ପୁରୁଣାକଟକ, ହରେକୃଷ୍ଣପୁର, ରାଧାନଗର, ବାମଣ୍ଡା ଦେଇ ମାଊଲସିଙ୍ଗା ଛକ ପର୍ଯ୍ୟନ୍ତ ଆସିଥିଲା।

ଏହି ଯାତ୍ରା ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଦଳ ପକ୍ଷରୁ ସୁଚନା ଦିଆଯାଇଛି। ଯାତ୍ରା ସମୟରେ ଜିଲା କଂଗ୍ରେସ କମିଟିର ଉପସଭାପତି ସମରେଶ ମିଶ୍ର, ବରିଷ୍ଠ ନେତା ତାରେଣି ଜେନା, ଶାନ୍ତନୁ କୁମାର ମାହାପାତ୍ର, ପଙ୍କଜ କୁମାର କର୍ଣ୍ଣ, ବାସୁଦେବ ପ୍ରଧାନ, ଗଣ୍ଡାଧର ସ୍ୱାଇଁ, ନାରାୟଣ ବେହେରା, ପୌଲସ୍ତୀ ପ୍ରଧାନ, ରୋହିତେଶ୍ୱର ବେହେରା, ନୀତିଶ ମେହେର, ଝରିଆ ସାହୁ, ଏସିଆ ଜେନା, ବିନୋଦ ସ୍ୱାଇଁ, ବେଣୁଧର ମେହେରଙ୍କ ସମେତ ଶତାଧିକ କର୍ମା ସାମିଲ ଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories