www.samajalive.in
Sunday, December 7, 2025
26.1 C
Bhubaneswar

ଭାରସାମ୍ୟ ହରାଇ ଜଳଖିଆ ଦୋକାନକୁ ଧକ୍କା ଦେଲା ଟ୍ରକ

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ନୂଆପଡା ଠାରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରକ ହମ୍ପସରେ ଭାରସାମ୍ୟ ହରାଇ ଏକ ଜଳଖିଆ ଦୋକାନ ଭିତରକୁ ପଶିଯିବାରୁ ଟ୍ରକ ଚାଳକ ସମେତେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ବୌଦ୍ଧ ପଟୁ ଚାରିଛକ ଆଡକୁ ଏକ ଟ୍ରକ ଯାଉଥିବା ବେଳେ ନୂଆପଡା ଠାରେ ଥିବା ଏକ ବଡ ହମ୍ପସ ଥିବାରୁ ଟ୍ରକଟି ଭାରସାମ୍ୟ ହରାଇ ହମ୍ପସ ନିକଟରେ ଥିବା ଏକ ଜଳଖିଆ ଦୋକାନ ଭିତରକୁ ପଶିଯିବା ସହ ଓଲଟିପଡିଥିଲା ।
ସେହି ସମୟରେ ଜଳଖିଆ ଦୋକାନରେ ଥିବା ଶାନ୍ତାନୁ ଉର୍ମା ଓ ଶାନ୍ତି ଉର୍ମା ଜଳଖିଆ ଖାଉଥିବା ବେଳେ ଟ୍ରକଟି ଧକ୍କା ହୋଇଥିଲା । ଫଳରେ ଶାନ୍ତାନୁ ଉର୍ମାର ଗୋଡ ଭାଙ୍ଗି ଯାଇଥିବା ବେଳେ ଶାନ୍ତି ଉର୍ମା ଗୁରୁତର ଆହତ ହୋଇଥିଲେ । ଟ୍ରକର ଚାଳକ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଗୁରୁତର ଆହତ ମାନଙ୍କୁ ଆମ୍ବୁଲାନସ ଯୋଗେ ବୌଦ୍ଧ ମେଡିକାଲକୁ ପଠାଯାଇଛି । ଦୁର୍ଘଟଣା ଯୋଗୁଁ କିଛି ସମୟ ଧରି ଜାତୀୟ ରାଜପଥ ବନ୍ଦ ହୋଇପଡିଥିଲା । ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories