ପ୍ରତିଶୃତି ପରେ ନିର୍ମାଣ ଶ୍ରମିକଙ୍କ ଧାରଣା ଡିସେମ୍ବର ୩ ଯାଏ ସ୍ଥଗିତ

ବୌଦ୍ଧ: ବୌଦ୍ଧଜିଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧ ସମସ୍ୟା ଶିକ୍ଷା, ବିବାହ, ମୃତ୍ୟୁକାଳୀନ ସହାୟତା, ପ୍ରସୂତୀ କାଳୀନ ସହାୟତା ପ୍ରଭୃତି ପ୍ରଦାନ କ୍ଷେତ୍ରରେ ଦୀର୍ଘବର୍ଷ ଧରି ଦେଖାଯାଇଥିବା ଶିଥିଳତା ପ୍ରତିବାଦରେ ମଙ୍ଗଳବାର ବିଭିନ୍ନ ଶ୍ରମିକ ସଂଗଠନ ଗୁଡିକୁ ନେଇ ଗଠିତ ନିର୍ମାଣ ଶ୍ରମିକ ସମନ୍ୱୟ ସମିତି ପକ୍ଷରୁ ଆହୁତ ଅନିର୍ଦ୍ଦିଷ୍ଟ କାଳ ଧାରଣା ବହୁ ଆଲୋଚନା ପରେ ଅପରାହ୍ନରେ ଜିଲା ଶ୍ରମ ଅଧିକାରୀଙ୍କ ତିନିଦିନ ମଧ୍ୟରେ ସମସ୍ତ ଦାବି ପୂରଣ ପାଇଁ ଲିଖିତ ପ୍ରତିଶୃତି ପରେ ଡିସେମ୍ବର ୩ ତାରିଖ ଯାଏଁ ସ୍ଥଗିତ ଘୋଷଣା କରାଯାଇଛି। ଯଦି ପ୍ରତିଶୃତି ପୂରଣରେ ଶ୍ରମ ଅଧିକାରୀ ବିଫଳ ରୁହନ୍ତି ତାହେଲେ ଡିସେମ୍ବର ୪ ତାରିଖରୁ ପୁନଶ୍ଚ ଗଣଧାରଣା ଜାରି ରହିବ ବୋଲି ଶ୍ରମିକ ୟୁନିୟନ ସମନ୍ୱୟ ସମିତି ପକ୍ଷରୁ ଘୋଷଣା କରାଯାଇଛି।

prayash

ଏହି ଗଣଧାରଣାରେ ଏଆଇସିଟିୟୁ ପକ୍ଷରୁ ଶ୍ରମିକ ନେତା ତଥା ୯ ନମ୍ବର ଜୋନ ଜିଲାପରିଷଦ ସଭ୍ୟ ଅବକାଶ ସାହ, ଏଚଏମଏସ ପକ୍ଷରୁ ଅର୍ଜୁନ ରଣା.ବିଏମଏସ ପକ୍ଷରୁ ଲୋକନାଥ ଶତପଥୀ ଗ୍ରାମୀଣ ମଜଦୁର ସଭା ପକ୍ଷରୁ ରୀନା ଗିରି,ବିଡିସିଏସଡବ୍ଲୁ ପକ୍ଷରୁ ବାଲ୍ମିକୀ ମହାକୁଡ, ମା ଦୁର୍ଗା ଶ୍ରମିକ ସଂଘ ପକ୍ଷରୁ ଅନୀଲ ବେହେରା ଆଇଏନଟିୟୁସି ପକ୍ଷରୁ ପ୍ରଭାତ ମଟାଲି, ଅନିଲ ରଥ, ସୁବାଶ ସୁନା ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ତନିଶହରୁ ଊର୍ଦ୍ଧ୍ବ ଶ୍ରମିକ ଏହି ଆନ୍ଦୋଳନରେ ଯୋଗ ଦେଇଥିବା ବେଳେ ଏହାକୁ ସିପିଆଇ ଜିଲା ସମ୍ପାଦକ ପ୍ରଦୀପ କୁମାର ମହାକୁଡ, କୃଷକ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରମୁଖ ସମର୍ଥନ ଘୋଷଣା କରି ଆନ୍ଦୋଳନରେ ସାମିଲ ହୋଇଥିଲେ।

kalyan agarbati

Comments are closed.