www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ କଲା ବୌଦ୍ଧ ଜିଲା କଂଗ୍ରେସ କମିଟି

ବୌଦ୍ଧ: ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ତଥା ବଳିଦାନ ଦିବସକୁ ବୌଦ୍ଧଜିଲା ତମାମ ପାଳନ କରାଯାଇଛି। ଏହି ଅବସରରେ ଜିଲା କଂଗସେ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାର ସେବାମୂକଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସକାଳୁ ଜିଲା କଂଗ୍ରେସ ଆଇନସେଲ କାର୍ଯ୍ୟାଳୟଠାରେ ସ୍ୱର୍ଗତ ରାଜବୀ ଗାନ୍ଧୀଙ୍କ ଫଟୋଚିତ୍ରରେ ସଭାପତି ଶ୍ରୀମିଶ୍ରଙ୍କ ସମେତ ଦଳୀୟ ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଦଳ ପକ୍ଷରୁ ବୌଦ୍ଧବ୍ଲକର ମୁରୁଷୁଣ୍ଢି, ଖୁଣ୍ଟବନ୍ଧ, ବାଉଁଶୁଣୀ, ହରଭଙ୍ଗା ବ୍ଳକର ବନ୍ଧାପଥର, ବୀରନରସିଂହପୁର, ମଥୁରା, ସରସରା, କଣ୍ଟାମାଳ ବ୍ଲକର ବିଭିନ୍ନ ଗ୍ରାମ ଓ ବୌଦ୍ଧ ଏନଏସିର ୧ ନମ୍ବର ଏବଂ ୧୦ ନମ୍ବର ୱାର୍ଡରେ ଅସହାୟ ଖଟିଖିଆ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପୁଡିଆ, ମାସ୍କ, ସାବୁନ, ସାନିଟାଇଜର ଆଦି ବଣ୍ଟନ କରାଯାଇଥିଲା।

 

- Advertisement -

ଏହାବ୍ୟତୀତ ବର୍ତ୍ତମାନ କରୋନା ମହାମାରୀ ଦେଶରେ ବଡ ବିପତ୍ତି ହୋଇ ଦେଖାଦେଇଥିବାବେଳେ ଲୋକଙ୍କୁ ଏଥିରୁ ସୁରକ୍ଷିତ ରହିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ବୌଦ୍ଧଠାରେ ଜିଲା କଂଗ୍ରେସ କମିଟି ସଭାପତି ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ନଗର କଂଗ୍ରେସ ସଭାପତି ତପନ ରାଉତରାୟ,ବରିଷ୍ଠ ନେତା ତାରେଣି ଜେନା, ପ୍ରଦୀପ କୁମାର ଦାସ, ପ୍ରଦ୍ୟୁମ୍ନ କୁମାର ଧଳ, ଅର୍ଜୁନ ମହାନନ୍ଦିଆ, ଗଣେଶ ଅଗ୍ରୱାଲା ଓ ଶିବ ବେହେରା ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ହରଭଙ୍ଗା ବ୍ଳକରେ ବ୍ଳକ କଂଗ୍ରସ କମିଟି ସଭାପତି ପଙ୍କଜ କୁମାର କର୍ଣ୍ଣ, ବୌଦ୍ଧ ବ୍ଳକରେ ବ୍ଲକ କଂଗ୍ରେସ କମିଟି ସଭପତି ଉମେଶ ତ୍ରିପାଠୀ ଓ କଣ୍ଟାମାଳ ଠାରେ ବରିଷ୍ଠ ନେତା ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜିଲା ସଭାପତି ଶ୍ରୀ ମିଶ୍ର ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା କରୋନା କଟକଣା ମାନି ଚଳିବାକୁ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲା କଂଗ୍ରେସ କମିଟି ପକ୍ଷରୁ ଏକ ୨୪ ଘଣ୍ଟିଆ କରୋନା ନିୟନ୍ତ୍ରଣ କକ୍ଷ ଖୋଲାଯାଇ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ ବ୍ୟବସ୍ଥା କରାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories