www.samajalive.in
Monday, December 8, 2025
14.1 C
Bhubaneswar

‘ସମାଜ’ ପ୍ରଭାବ: ଖୋଲିଲା ଆଡେଣିଗଡ଼ ପ୍ରାଣୀଧନ ସହାୟକ କେନ୍ଦ୍ର

ବୌଦ୍ଧ: ଗତକାଲି ସମାଜରେ ପ୍ରାଣୀଧନ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଝୁଲୁଛି ତାଲା । ପ୍ରାଣୀଧନ ନିରୀକ୍ଷକଙ୍କ ଦେଖାନାହିଁ ଶୀର୍ଷକକୁ ନେଇ ଖବର ପ୍ରସାରଣ ପରେ ଆଜି ଚଳଚଞ୍ଚଳ ହୋଇ ପଡିଛି ଆଡେଣିଗଡ଼ ପ୍ରାଣୀଧନ ସହାୟକ କେନ୍ଦ୍ର । ଦୀର୍ଘ ବର୍ଷ ଧରି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ କୋଠା ଓ ଅଧିକାରୀଙ୍କ ବାସଗୃହ ଭୁତ କୋଠି ପାଲଟି ଯାଇଥିଲା । ଖବର ପ୍ରସାରଣ ପରେ ରାତି ଅଧିଆ କାର୍ଯ୍ୟାଳୟକୁ ସଫା କରାଯାଇ କେନ୍ଦ୍ରରେ ନିୟୋଜିତ ହୋଇଥିବା ସତ୍ୱେ ନିଖୋଜ ଥିବା ପ୍ରାଣୀଧନ ନିରୀକ୍ଷକ ଆଜି କାର୍ଯ୍ୟାଳୟରେ ପହଞ୍ଚି ନିଜ ଅଫିସରେ ବସିଥିବା ଦେଖିବାକୁ ମିଳିଛି ।

ସମ୍ପୃକ୍ତ ପ୍ରାଣୀଧନ ନିରୀକ୍ଷକ ଦୀର୍ଘ ଦିନର ବ୍ୟବଧାନ ପରେ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଦେଖି ପଞ୍ଚାୟତବାସୀ ଏଭଳି ନିୟମିତ ସେବା ଯୋଗାଇ ଦେବାକୁ ଅନୁରୋଧ କରିବା ସହିତ ପ୍ରାଣୀଧନ ସହାୟକ କେନ୍ଦ୍ର ପୁନର୍ଜନ୍ମ ପାଇଥିବା କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଦୀପ୍ତ କୁମାର ରଥଙ୍କ ଭୂମିକା ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ସରପଞ୍ଚ ଅଜିତ ପ୍ରଧାନ । ବିଭାଗୀୟ ଜିଲା ମୁଖ୍ୟ ଅଧିକାରୀଙ୍କ ଅହେତୁକ ଅନୁକମ୍ପା ଓ ଅବହେଳା କାରଣରୁ ଲୋକଙ୍କ ଟିକସ ପଇସାରେ ସରକାରଙ୍କ ନିକଟରୁ ଦରମା ନେଇ ଡ୍ୟୁଟି କରୁନଥିବା ଉଭୟ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ପ୍ରାଣୀଧନ ନିରୀକ୍ଷକଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

- Advertisement -

୨୦୨୧ ଅଗଷ୍ଟ ମାସରେ ଆଡେଣିଗଡ଼ ପ୍ରାଣୀଧନ ସହାୟକ କେନ୍ଦ୍ରରେ ଯୋଗ ଦେଇଥିବା ନୟନା ବେହେରା ଏବଂ ଗତ ଡିସେମ୍ବର ମାସରେ ଯୋଗଦେଇଥିବା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କେତେଦିନ ଛୁଟିରେ ରହିଥିଲେ, ଅଞ୍ଚଳର ଗୃହପାଳିତ ପଶୁପକ୍ଷୀଙ୍କୁ ସେବା ଯୋଗାଇ ନଦେବା, କାଗଜ କଲମରେ ସବୁ ଠିକ ଚାଲିଛି ଦର୍ଶାଇବା ଏମିତି ଅନେକ ପ୍ରଶ୍ନ ଉଠିଥିବାବେଳେ ଜିଲାର ସମସ୍ତ ପ୍ରାଣୀଧନ ସହାୟକ କେନ୍ଦ୍ର ଗୁଡିକ କିଭଳି ଚାଲୁଛି, କର୍ମଚାରୀ କାର୍ଯ୍ୟାଳୟରେ ରହୁଛନ୍ତି ନା ନାହିଁ, କେଉଁ ଅଂଚଳରେ କ୍ୟାମ୍ପ ଚାଲିଛି, କେତେ ଗାଈଗୋରୁଙ୍କୁ ଟିକା ଦିଆଗଲା, କେଉଁ କର୍ମଚାରୀଙ୍କୁ କ୍ଷେତ୍ରରେ କ’ଣ କ’ଣ ଅସୁବିଧାର ସାମ୍ନା କରିବାକୁ ପଡୁଛି ଏଭଳି ଅନେକ ଦିଗର ତଦାରଖ କରିବା ପାଇଁ ସରକାରଙ୍କ ପକ୍ଷରୁ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ମୋଟା ଆଙ୍କର ଦରମା ଦେଇ ଦାୟିତ୍ୱ ଦିଆଯାଇଥିବା ବେଳେ ସରକାର କ୍ଷେତ୍ର ପରିଦର୍ଶନ ପାଇଁ ଗାଡି ଯୋଗାଇଦେବା ସହିତ ଅନ୍ୟାନ୍ୟ ଖର୍ଚ୍ଚ ବହନ କରୁଛନ୍ତି ।

ହେଲେ ବୌଦ୍ଧ ଜିଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ବେପରୁଆ ମନୋଭାବ, କର୍ମଚାରୀଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ କାମ ନକରି ଦରମା ପ୍ରଦାନ କରିବା ଭଳି ସାଂଘାତିକ ଅଭିଯୋଗର କେବେ ହେବ ତଦନ୍ତ । ବିଭାଗୀୟ ଅଧିକାରୀଙ୍କ ଗୁରୁତର ଅବହେଳା କାରଣରୁ ଗତ ଦୁଇବର୍ଷ ଭିତରେ ପଶୁପାଳକ ମାନେ ଚିକିତ୍ସା ସେବା ନପାଇ ନିଜ ନିଜର ଗୃହ ପାଳିତ ପଶୁପକ୍ଷୀ ଙ୍କୁ ହରାଇଥିବାର ତଦନ୍ତ କରାଯାଇ କ୍ଷତି ପୂରଣ ଯୋଗାଇ ନ ଦେଲେ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରିବେ ବୋଲି କହିଛନ୍ତି ଆଡେଣିଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories